ସୁଚନା ଯୋଗ୍ୟ ଯେ ଗଂଜାମ ଜିଲ୍ଲାରେ ଏବେ କୋଭିଡ୍-୧୯ ମହାମାରି ଗୋଷ୍ଠୀ ସଂକ୍ରମଣ ଆଡକୁ ଅଗ୍ରଗତି ହେଉଥିବାବେଳେ, ଏଥିରୁ ବର୍ତିବା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି,ସେଥିମଧ୍ୟରୁ ଘରକୁ ଘର ବୁଲି ରୋଗୀ ଚିହ୍ନଟିକରଣ କରିବା ଅନ୍ୟତମ ।ସୁଚନା ଯୋଗ୍ୟ ଗତ ତା ୯ -୭-୨୦୨୦ ରିଖ ଠାରୁ ତା ୧୩- ୦୭ -୨୦୨୦ ରିଖ ପର୍ଯ୍ୟନ୍ତ, ଗଂଜାମ ଜିଲ୍ଲା କୁ ସଂପୂର୍ଣ୍ଣ ଭାବେ ଶଟ୍ ଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ, ଆଉ ଏହି ସମୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ୨୦୦ ଟି ଡାକ୍ତରୀ ଦଳ । ଜିଲ୍ଲାରେ କାର୍ଯ୍ୟରତ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ପି ଏଚ୍ ସି ଓ ସି ଏଚ୍ ସି ର ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର ,ଏବଂ ହୋମିଓପାଥି ଏବଂ ଆୟୁର୍ବେଦ ମହାବିଦ୍ୟାଳୟ ର ହାଉସ୍ ମେନସିପ୍ ଜଣେ ଲେଖାଏଁ ଛାତ୍ର ଏହି ଦଳ ର ନେତୃତ୍ୱ ନେଇଥିବା ବେଳେ, ଏମାନଙ୍କୁ ସହଯୋଗ କରୁଛନ୍ତି, ଏ ଏନ୍ଏମ୍,ଆଶା ଏବଂ ସ୍ୱଚ୍ଛ ସାଥି ।
ଏହି ଡାକ୍ତରୀ ଦଳ ଘର କୁ ଘର ବୁଲି, ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ କରୋନା ର ଲକ୍ଷଣ ଅନୁଧ୍ୟାନ କରିବା ସହିତ ରକ୍ତଚାପ,ମଧୁମେହ, କର୍କଟ, ଶ୍ୱାସଜନିତ ସମସ୍ୟା , ମ୍ୟାଲେରିଆ, ବାତ୍ତଜ୍ୱର,ଯକ୍ଷ୍ମା, କୁଷ୍ଠ, ରକ୍ତହିନତା ଇତ୍ୟାଦି ରୋଗ ର ଲକ୍ଷଣ ଅନୁଧ୍ୟାନ କରିବା ସହିତ,ପଲ୍ସ ଅକ୍ସିମିଟର,ଏବଂ ଇନ୍ ଫ୍ରା ରେଡ୍ ଥର୍ମାଲ ସ୍କାନର ଦ୍ୱାରା ଲୋକ ମାନଙ୍କ ର ଅକ୍ସିଜେନ ସାଚୁରେସନ୍, ହୃଦ୍ ସ୍ପନ୍ଦନ ଏବଂ ଶରୀର ତାପମାତ୍ରା ଦେଖୁଛନ୍ତି। ବାସ୍ତବରେ ଏମାନଙ୍କ ନିଷ୍ଠାପର ସେବା ପାଇଁ ଆଜି ଗଂଜାମ ଜିଲ୍ଲା ରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇପାରୁଛନ୍ତି।
ଏଲୋପାଥି ଡାକ୍ତର ଙ୍କ ଦରମା ର ଅଧା ରୁ କମ ଦରମା ପାଉଥିବା ଏହି ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ କାମ ଏଲୋପାଥିକ ଡାକ୍ତର ଙ୍କ କାମ ତୁଳନାରେ କିଛି କମ୍ ନୁହେଁ। ଏମାନଙ୍କ ନିଷ୍ଠାପର ସେବା କେବଳ ଯେ କରୋନା ମହାମାରି ରେ ସିମିତ ତାହା ନୁହେଁ ,ବରଂ ଏମାନେ ଏମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଛଡା ବିଭିନ୍ନ ମହାମାରି ତଥା ପ୍ରାକୃତିକ ବିପର୍ଯ୍ୟୟରେ ଓଡିଶା ରାଜ୍ୟ ସରକାର ଙ୍କ ପାଇଁ ସଂକଟ ମୋଚନ ହୋଇ,ଖରା,ବର୍ଷା, ଶୀତ,କାକର କୁ ହେୟ ମନେକରି, ଓଡିଶାବାସୀଙ୍କୁ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି,ଏବଂ ଏମାନେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ମେରୁଦଣ୍ଡ ପାଲଟିଛନ୍ତି।
କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ଏତେସବୁ ନିଷ୍ଠାପର ସେବା ଦେଇ ମଧ୍ୟ ଏହି ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତର ମାନଙ୍କୁ ଜୀଇଁ ବାକୁ ପଡୁଛି ଏକ ଅଭିସପ୍ତ ଜୀବନ କାରଣ ସ୍ୱଳ୍ପ ବେତନରେ ଏମାନଙ୍କ ଆତ୍ମସମ୍ମାନର ହାନ୍ନି ହେଉଥିବାବେଳେ, ବେଳେ ଚାକିରି ର ଅନିଶ୍ଚିତତା ଏମାନଙ୍କୁ ଅଣନିଶ୍ବାସୀ କରିଦେଉଛି।
ରାଜ୍ୟ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଏମ୍ ବି ବି ଏସ୍ ଡାକ୍ତର ମାନେ ନିୟମିତ ଏମ୍ ବି ବି ଏସ୍ ଡାକ୍ତର ଙ୍କ ପରି ସମାନ ଦରମା ପାଇଥାନ୍ତି, କିନ୍ତୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତର ମାନେ ନିୟମିତ ଆୟୁଷ ଡାକ୍ତରଙ୍କ ଦରମା ର ଅଧା ଠାରୁ କମ୍ ପାଇଥାନ୍ତି ,ଏଣୁ ଏହି ଆୟୁଷ (ହୋମିଓପାଥି ଏବଂ ଆୟୁର୍ବେଦ)ଡାକ୍ତର ମାନଙ୍କୁ ପୂର୍ଣମାତ୍ରା ରେ ବେତନ ଦେବା ସହ ,ଚାକିରି କୁ ନିୟମିତ କରାଗଲେ, ଓଡିଶା ରେ ସ୍ୱାସ୍ଥ୍ୟ ସେବାର ଅନେକ ସମସ୍ୟା ର ସମାଧାନ ହୋଇପାରିବ ବୋଲି ସର୍ବସାଧାରଣ ଙ୍କ ଠାରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି।