ବାଲେଶ୍ବରେ ଅବକାରୀ ବିଭାଗର ମୋବାଇଲ ଟିମ ମାରୁତି 800 ଗାଡି ସହ 500 ଲିଟର ଦେଶୀ ମଦ ଜବତ କରିଛି । ଗିରଫ ଅଭିଯୁକ୍ତ ବିରୁଦ୍ଧରେ 111/19 ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ପୋଲିସ ।
ବାଲେଶ୍ବର: ସଦର ଅବକାରୀ ବିଭାଗର ମୋବାଇଲ ଟିମ୍ ବିପୁଳ ପରିମାଣର ବେଆଇନ ମଦ ଜବତ ସହ ଏକ ମାରୁତି-୮୦୦ ଗାଡ଼ି ଜବତ କରିଛି । ଏଥିସହ ସେହି ଗାଡ଼ିରେ ମଦ ନେଇ ଯାଉଥିବା ବାଲେଶ୍ବର ଟାଉନ୍ ଥାନା ଅଧୀନ ସୁନହଟ ଅଞ୍ଚଳର ସେକ୍ ସଫିରୁଦ୍ଦିନ(୨୭)କୁ ଗିରଫ କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ସଫିରୁଦ୍ଦିନ ଏକ ମାରୁତି-୮୦୦ ଗାଡ଼ି(ଓଆର-୦୧ଡି-୬୩୭୨)ରେ ବିପୁଳ ପରିମାଣରେ ମଦ ନେଇଯାଉଥିଲେ । ଏହା ଟାଉନ୍ ଥାନା ଅଧିନରେ ଥିବା ପୁରୁଣା ବାଲେଶ୍ବରରୁ ଭଦ୍ରକ ଜାମୁଜାଡ଼ି ଅଞ୍ଚଳକୁ ଯାଉଥିଲା । କୌଣସି ସୂତ୍ରରୁ ଅବକାରୀ ବିଭାଗର ମୋବାଇଲ ଟିମ ଖବର ପାଇ କୁରୁଡ଼ା ଛକ ନିକଟରେ ତାକୁ କାବୁ କରାଯାଇଥିଲା । ଏହା ସହ ୫୦୦ ଲିଟର ଦେଶୀମଦ ଜବତ କରଯାଇଛି । ଯାହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ । ଏନେଇ ୧୧୧/୧୯ ରେ ମାମଲା ରୁଜୁ କରି ସଫିରୁଦ୍ଦିନକୁ କୋର୍ଟଚାଲାଣ କରିଛି ।
ବାଲେଶ୍ବର ରୁ ଗୋବିନ୍ଦ ରାଠି