-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୩୦ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୮୬୪ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୩୩, ବାଲେଶ୍ୱର ଜିଲ୍ଲାରେ ୫୧୯, ବରଗଡ ଜିଲ୍ଲାରେ ୧୭୧, ଭଦ୍ରକ ଜିଲ୍ଲାରେ ୨୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୬୧. ବୌ ଦ୍ଧ ଜିଲ୍ଲାରେ ୫୩, କଟକ ଜିଲ୍ଲାରେ ୯୯୮, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୯୫. ଗଜପତି ଜିଲ୍ଲାରେ ୬୧୩, ଜଗତସିଂହପୁର ଜିଲ୍ଲାରେ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୮୯୬, ଝାରସୁଗୁଡା ଜିଲ୍ଲାରେ ୧୬୫, କଳାହାଣ୍ଡି ଜିଲ୍ଲାରେ ୮୩, କନ୍ଧମାଳ ୧୯୩, କେନ୍ଦ୍ରାପଡା ଜିଲ୍ଲାରେ ୨୯୮, କେନ୍ଦୁଝର ଜିଲ୍ଲାରେ ୨୯୫, ଖୋର୍ଧା ଜିଲ୍ଲାରେ ୧୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୩୯, ମାଲକାନଗିରି ଜିଲ୍ଲାରେ ୧୭୦, ମୟୁରଭଂଜ ଜିଲ୍ଲାରେ ୩୪୧. ନବରଙ୍ଗପୁର ଜିଲ୍ଲାରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୭୦, ନୂଆପଡା ଜିଲ୍ଲାରେ ୮୬, ପୁରୀ ଜିଲ୍ଲାରେ ୩୬୩, ରାୟଗଡା ଜିଲ୍ଲାରେ ୧୪୧. ସମ୍ବଲପୁର ଜିଲ୍ଲାରେ ୧୧୩. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।