ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ କରୋନା ଆକ୍ରାନ୍ତ ହୋଇଥିବା ଦୁଇ ଜଣ ବିଧାୟକ ସୁକାନ୍ତ ନାୟକ, ପ୍ରଶାନ୍ତ ବେହେରାଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତା ହୋଇ ସେମାନଙ୍କର ଶୀଘ୍ର ଆରୋଗ୍ୟର କାମନା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ କୋବିଡ କାମରେ ଲାଗିଥିବା କରୋନା ଯୋଦ୍ଧା ଓ କରୋନା ରୋଗୀଙ୍କ ସହ କଥାବାର୍ତା କରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ ବିଧାୟକମାନଙ୍କ ସହ ଟେଲିଫୋନରେ କଥାବାର୍ତା ହେବା ସହ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଥିଲେ ଓ ତାଙ୍କର ଆଶୁ ଆରୋଗ୍ୟକାମନା କରିଥିଲେ ।
ମୁୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇ ବିଭିନ୍ନ କୋବିଡ କେୟାର କେନ୍ଦ୍ର ମାନଙ୍କର ଚିକିତ୍ସିତ ହେଉଥିବା କରୋନା ଯୋଦ୍ଧା ମାନଙ୍କୁ ସହ କଥାବାର୍ତା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିବା ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ପ୍ରଦାନ କରା ଯିବ ବୋଲି କହିଥିଲେ । କରୋନା ଯୋଦ୍ଧା ମାନଙ୍କ ଦ୍ୱାରା କରା ଯାଉଥିବା କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ କୋବିଡ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସହ ଆଲୋଚନା କରି ସେଠାକାର ସ୍ଥିତି ଓ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ