![](https://indokalingtimes.com/wp-content/uploads/2020/06/ikt.jpeg)
ଭୁବନେଶ୍ୱର – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ବଢୁଥିବା କାରଣରୁ ଗଞ୍ଜାମ ଓ ଯାଜପୁର ଲୋକଙ୍କୁ ଅନୁଗୁଳ ଜିଲ୍ଲାରେ ପ୍ରବେଶ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରୀ କରା ଯାଇଛି ।
ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କାରଣରୁ ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଏହି କଡ଼ା ପଦକ୍ଷେପ ନେଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ି ଗଞ୍ଜାମ ଓ ଯାଜପୁର ଲୋକଙ୍କୁ ଅନୁଗୁଳ ଜିଲ୍ଲାରେ ପ୍ରବେଶ ଉପରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି । ଏହି ଦୁଇ ଜିଲ୍ଲା କରୋନା ହଟସ୍ପଟ୍ ହୋଇଥିବା ହେତୁ ଏଭଳି ନିଷ୍ପତି ନିଆଯାଇଛି । ଏବେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଏଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛି । ଯଦି କେହି ବାଧ୍ୟବାଧ୍ୟକତା ଭିତରେ ଅନୁଗୁଳ ଜିଲ୍ଲାକୁ ଆସନ୍ତି,
ତେବେ ତାଙ୍କ ପାଇଁ ୧୪ ଦିନ କ୍ୱାରେଂଟାଇନକୁ ବାଧ୍ୟତାମୂଳକ କରାଯାଇଥିବା ଜଣାଯାଇଛି ।