-
ପ୍ରେସମିଟରେ ଜଣାଇଲେ ବିଜେପିର ଜିଲ୍ଲା ଅଧକ୍ଷ ଆଶ୍ରିତ ପଟ୍ଟନାୟକ ଏବଂ ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୦/୦୭ /୨୦୨୦,କରୋନା ମହାମାରୀ ସମୟରେ ସମ୍ପୂର୍ଣ୍ଣ ଦେଶ ଲକଡାଉନରେ ବନ୍ଦ ହୋଇଥିବାବେଳେ ସମସ୍ତ ପ୍ରକାର ରୋଜଗାର କରିବାର ବ୍ୟବସ୍ଥା ବନ୍ଦ ହୋଇଛି |ଏହି ସମସ୍ୟାର ସମାଧାନ ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧୭୮ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ଏବଂ ସାଧାରଣ ଗରିବଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଆଗରୁ ୩ ମାସ ଥିବାବେଳେ ଏବେ ଏହାକୁ ଆଉ ୫ ମାସ ବୃଦ୍ଧି କରିଛନ୍ତି |ସମସ୍ତ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ପହଞ୍ଚାଇବା ପାଇଁ ୧. ୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି |କୃଷକ ମାନଙ୍କ ପାଇଁ କୃଷକ ସଂମ୍ମାନ ନିଧିର ବ୍ୟବସ୍ଥା କରିଛନ୍ତି |ଗରିବ ଲୋକଙ୍କ ପାଇଁ ଜନଧନ ଯୋଜନା କରାଯାଇଛି |ଉଜ୍ଜ୍ଵଳା ହିତାଧିକାରୀ ମାନଙ୍କ ପାଇଁ ସେମାନଙ୍କୁ ୬ ମାସର ଉଜ୍ଜ୍ଵଳା ଗ୍ୟାସ ଦେବାପାଇଁ ବ୍ୟବସ୍ଥା କରାଯାଇଛି |ଆଗାମୀ ଦିନରେ MSME ସେକ୍ଟରରେ କ୍ଷୁଦ୍ର ଶିଳ୍ପର ବିକାଶ କରିବା ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି |ମାଛ ଚାଷୀର ବିକାଶ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି |କୃଷକ ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛି |ପଶୁ ପାଳନ କ୍ଷେତ୍ରରେ ୧୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି | ଯାହା ଫଳରେ ଗ୍ରାମାଞ୍ଚଳରେ ଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି | ଭାରତୀୟ ଜନତା ପାର୍ଟିର ଜିଲ୍ଲା ଅଧକ୍ଷ ଆଶ୍ରିତ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀ ପ୍ରେସମୀଟ କରି ଏହି ସୂଚନା ଦେଇଛନ୍ତି |