
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୦/୦୭ /୨୦୨୦,କୋଭିଡ-୧୯ ନିୟମ ଭଙ୍ଗ କରିଥିବା ଅଭିଯୋଗ ରେ ଆଜି ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ର ସୁପରିଟେଣ୍ଡେଣ୍ଟ ଇନଚାର୍ଜ ଡାକ୍ତର ବିରଜା ଶଙ୍କର ରଥ ଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ସତ୍ୟବାଦୀ ସ୍ଥିତ ଗୋପୀନାଥ ନର୍ସିଙ୍ଗ ହୋମ ଚଢ଼ାଉ କରିଥିଲେ I ଯାଞ୍ଚ ସମୟରେ ନର୍ସିଙ୍ଗ ହୋମ କର୍ତ୍ତୃପକ୍ଷ valid ରେଜିଷ୍ଟ୍ରେସନ ସେର୍ଟିଫିକେଟ ଓ ଆବଶ୍ୟକୀୟ ଡକୁମେଣ୍ଟ ଦେଖାଇ ପାରିନଥିଲେ I ଗତ ୬.୭.୨୦୨୦ ରେ ଉକ୍ତ ନର୍ସିଙ୍ଗ ହୋମ ରେ ସ୍ୱାସ୍ଥ୍ୟ ବିଭାଗ ର କରୋନା ସମ୍ବନ୍ଧୀୟ ନିର୍ଦ୍ଧେଶାବଳୀ କୁ ଉଲଂଘନ କରି ଜଣେ କରୋନା ପଜିଟିଭ ବ୍ୟକ୍ତି ଙ୍କ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ଦ୍ୱାରା ନର୍ସିଙ୍ଗ ହୋମ କର୍ମଚାରୀ ମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି I ଆଜି ପ୍ରଶାସନ ଦ୍ୱାରା ଏହି ନର୍ସିଙ୍ଗ ହୋମ କୁ ସିଲ କରିବା ସହ ଏହି ନର୍ସିଙ୍ଗ ହୋମ ପରିଚାଳକ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି I ଏ ସମ୍ବନ୍ଧରେ ଯାଞ୍ଚ ଦଳ ତରଫରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଛି I ସମସ୍ତ ଷ୍ଟାଫ କର୍ମଚାରୀଙ୍କୁ କୱାରେଣ୍ଟିନ ରେ ପଠା ଯିବା ସହ contact tracing ଜାରି ରଖି ସେମାଙ୍କ ସଂସ୍ପର୍ଶ ରେ ଆସି ଥିବା ଲୋକମାନକୁ କ୍ୱାରେଣ୍ଟିନ ରେ ରଖା ଯିବା ପାଇଁ ପଦକ୍ଷେପ ନିଆ ଯାଉଅଛି |