-
୩୪ ଟି ମକଦ୍ଦମା ଫଇସଲା ଓ ୧,୧୯,୬୦,୦୦୦ ଟଙ୍କା ଆଦାୟ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୧୦/୦୭ /୨୦୨୦, ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା କୋର୍ଟ ଓ ନିମାପଡା କୋର୍ଟରେ ଏକ ଜିଲ୍ଲା ସ୍ତରୀୟ ଅଣୁ ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ପାଳନ କରାଯାଇଥିଲା । ଏହି ଲୋକ ଅଦାଲତରେ କେବଳ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ବିବାଦର ଆପୋଷ ବୁଝାମଣାରେ ସମାଧାନ କରାଯାଇ କ୍ଷତିପୂରଣ ଆଦାୟ କରାଯାଇଥିଲା । ପୁରୀଜିଲ୍ଲା କୋର୍ଟରେ ଜିଲ୍ଲା ଓ ଦୌରା ଜଜ୍, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ , ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନିମାପଡ଼ା ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କର COVID-19 ନିର୍ଦ୍ଦେଶନାମା ପାଳନ କରାଯାଇ ସମସ୍ତ ବିବାଦଗୁଡ଼ିକ Video Conferencing ମାଧ୍ୟମରେ ବିଚାର କରାଯାଇଥିଲା ।
ସାମାଜିକ ଦୂରତା ସହିତ ମାସ୍କ ପରିଧାନ କରି ଏବଂ ହାତ ସାବୁନରେ ଧୋଇ ଦାବିଦାର ଏବଂ ଆଇନଜିବୀ ମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ । ଏହିଲୋକ ଅଦାଲତରେ ସର୍ବମୋଟ ୩୪ ଟି ବିବାଦର ସମାଧାନ କରାଯାଇଥିଲା ଏବଂ୧,୧୯,୬୦,୦୦୦ ଟଙ୍କା କ୍ଷତିପୂରଣ ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତକୁ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ବିଦ୍ୟୁତ କୁମାର ମିଶ୍ର ଉଦଘାଟନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁରେଶ ପ୍ରଧାନ, ଶୁଭଶ୍ରୀ ତ୍ରିପାଠୀ ଅଂଶଗ୍ରହଣ କରିଥିଲେ। ସିଭିଲ କୋର୍ଟ ରେଜିଷ୍ଟାର, ଶ୍ରୀଅରୁଣ କୁମାର ପଟ୍ଟନାୟକ ଏବଂ ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ମହାପାତ୍ର ଏବଂ ପ୍ରାଧିକରଣର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।