
ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଜିଲ୍ଲାରେ କୋଭିଡ୍ ଯୋଦ୍ଧା ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ୪୮ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ଆଉ ନୂଆଁ ୧୯ଜଣ ଅଧିକାରୀ ଓ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ଟାଉନ୍ ଥାନାର ଜଣେ ସବ୍ଇନ୍ସିପେକ୍ଟର ଥିବାବେଳେ ଗୋଷାଣୀନୂଆଗାଁ ଥାନାର ଜଣେ ଏଏସ୍ଆଇ, ବୈଦ୍ୟନାଥପୁର ଥାନା ଅଧିନ ମେଡିକାଲ ଫାଣ୍ଡିର ୫ରୁ ଉର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀ, ଟାଉନ୍ ଏସ୍ଡିପିଓ ଅଫିସ୍ର ଜଣେ ହୋମ୍ଗାର୍ଡ, ବଡବଜାର ଥାନାର ଜଣେ ଡ୍ରାଇଭର ଓ କେ.ନୂଆଗାଁ ଥାନାର କିଛି କର୍ମଚାରୀଙ୍କ ସହ ୧୯ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ଶୁକ୍ରବାର ଚିହ୍ନଟ ହୋଇଥିବା କୁହାଯାଉଛି । ସେପଟେ ସଦର ଥାନାର ଜଣେ ସବ୍ଇନ୍ସିପେକ୍ଟର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଗୃହ ସଙ୍ଗରୋଧରେ ରହିବାପରେ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତାଙ୍କ ଯୋଗଦାନକୁ ବିଭିନ୍ନ ମହଲରେ ସ୍ୱାଗତ କରିବା ସହ ଖୋଦ୍ ମୁଖ୍ୟମନ୍ତ୍ରୀ ସବ୍ଇନ୍ସିପେକ୍ଟର ବିଭୂତି ସେଠୀଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ପ୍ରଶଂସାକରି ଟ୍ୱିଟ୍ ଯୋଗେ ଅନ୍ୟ ପୋଲିସ କର୍ମଚାରୀଙ୍କ ମନବଳ ବୃତ୍ତି ପାଇଁ ବାର୍ତ୍ତା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୪୮ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟମାନେ ସୁସ୍ଥ ଅଛନ୍ତି ଖୁବ୍ଶୀଘ୍ର ଘରକୁ ଫେରିବେ ବୋଲି କୁହାଯାଉଛି ।