ବ୍ରହ୍ମପୁର : ବ୍ରହ୍ମପୁର ସହରରେ କାର୍ଯ୍ୟରତ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ ୨ଜଣ ଫଟୋଗ୍ରାଫର କରୋନା ପଜିଟିଭ ହୋଇଛନ୍ତି । ସମସ୍ତଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍ କେୟାରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ନିକଟରେ କୌଣସି ପ୍ରକାର ଲକ୍ଷଣ ନଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଖବର ସଂଗ୍ରହ ସମୟରେ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୩ଜଣ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ଗୁରୁବାର ୩ଜଣଙ୍କ ପଜିଟିଭ ଆସିବାପରେ ଶୁକ୍ରବାର ସକାଳୁ ତାଙ୍କୁ କୋଭିଡ୍ କେୟାରରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି । ଏହି ଖବର ଶୁଣିବାପରେ ସହରରେ କାର୍ଯ୍ୟରତ ସାମ୍ବାଦିକ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Related Stories
November 23, 2024