ଭୁୁବନେଶ୍ୱର– ରାଜ୍ୟର ପାଂଚଟି ଜିଲ୍ଲାକୁ ବାମପନ୍ଥୀ ହିଂସା ପ୍ରଭାବିତ ଜିଲ୍ଲା ସୂଚୀରୁ ବାଦ ଦେବାକୁ ରାଜ୍ୟ ସରକାର ଅନୁମୋଦନ ଦେଉଛନ୍ତି । ଏହି ପାଂଚଟି ଜିଲ୍ଲା ହେଲା ଅନୁଗୁଳ, ବୌଦ୍ଧ, ଦେବଗଡ, ସମ୍ବଲପୁର ବ ନୟାଗଡ । ରାଜ୍ୟ ପୋଲିସ ମହା ନିର୍ଦେଶକ ଅଭୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଅଭୟ କହିଛନ୍ତି ଯେ ଏହା ଦ୍ୱାରା ରାଜ୍ୟରେ ସୁରକ୍ଷା ସ୍ଥିତି ସୁଧୁରୁଥିବା ପ୍ରମାଣିତ ହେଉଛି । ସମ୍ପୂର୍ଣ ରାଜ୍ୟକୁ ବାମପନ୍ଥୀ ହିଂସା ମୁକ୍ତ କରିବାକୁ ଓଡିଶା ପୋଲିସ ସଂକଳ୍ପବଦ୍ଧ ବୋଲି ସେ ଟ୍ୱିଟରେ କହିଛନ୍ତି ।