
-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୩୨୦ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୪୧୬ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୨୨, ବାଲେଶ୍ୱର ଜିଲ୍ଲାରେ ୫୦୫, ବରଗଡ ଜିଲ୍ଲାରେ ୧୬୮, ଭଦ୍ରକ ଜିଲ୍ଲାରେ ୨୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୬୦. ବୌ ଦ୍ଧ ଜିଲ୍ଲାରେ ୫୦, କଟକ ଜିଲ୍ଲାରେ ୯୪୧, ଦେବଗଡ ଜିଲ୍ଲାରେ ୬୬, ଢେଙ୍କାନାଳ ଜିଲ୍ଲାରେ ୯୫. ଗଜପତି ଜିଲ୍ଲାରେ ୫୬୮, ଜଗତସିଂହପୁର ଜିଲ୍ଲାରେ ୩୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୭୫୯, ଝାରସୁଗୁଡା ଜିଲ୍ଲାରେ ୧୩୪, କଳାହାଣ୍ଡି ଜିଲ୍ଲାରେ ୭୯, କନ୍ଧମାଳ ୧୯୩, କେନ୍ଦ୍ରାପଡା ଜିଲ୍ଲାରେ ୨୯୦, କେନ୍ଦୁଝର ଜିଲ୍ଲାରେ ୨୭୮, ଖୋର୍ଧା ଜିଲ୍ଲାରେ ୧୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୮୪, ମାଲକାନଗିରି ଜିଲ୍ଲାରେ ୧୩୪, ମୟୁରଭଂଜ ଜିଲ୍ଲାରେ ୩୧୭. ନବରଙ୍ଗପୁର ଜିଲ୍ଲାରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୨୮, ନୂଆପଡା ଜିଲ୍ଲାରେ ୮୬, ପୁରୀ ଜିଲ୍ଲାରେ ୩୩୮, ରାୟଗଡା ଜିଲ୍ଲାରେ ୧୪୧. ସମ୍ବଲପୁର ଜିଲ୍ଲାରେ ୧୦୮. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।