-
ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲାଗି କଳିଙ୍ଗ ବିକାଶ ମଂଚ ର ଚିଠି
ଭୁବନେଶ୍ୱର – ଓଡ଼ିଶାକୁ ଶ୍ରୀହୀନ କରିବା ପାଇଁ ଆଉ ଏକ ଜଘନ୍ୟ ଚକ୍ରାନ୍ତ ଏବେ ପଦାକୁ ଆସିଛି । ଏଥର ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ନିର୍ତାର)ର ନିର୍ଦ୍ଦେଶକ ଉକ୍ତ କେନ୍ଦ୍ରୀୟ ସଂସ୍ଥାରୁ ୩ଟି ପାଠ୍ୟକ୍ରମ ଉଠାଇଦେବାକୁ କରୁଥିବା ଉଦ୍ୟମ ପଦାରେ ପଡ଼ିଯାଇଛି ।
ଘଟଣାରୁ ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନସ୍ଥ ‘ନିର୍ତାର’ରେ ଗତ ଏକ ଦଶନ୍ଧି ଧରି ପ୍ରଚଳିତ ଥିବା ମାଷ୍ଟର ଅଫ୍ ଫିଜିଓଥେରାପି (ନ୍ୟୁରୋଲୋଜି), ମାଷ୍ଟର ଅଫ୍ ଫିଜିଓଥେରାପି (ଫେଡ଼ିଆଟ୍ରିକ୍ସ) ଓ ମାଷ୍ଟର ଅଫ୍ ଆକ୍ୟୁପେସନାଲ ଥେରାପି (ନ୍ୟୁରୋଲୋଜି) ପାଠ୍ୟକ୍ରମକୁ ବନ୍ଦ କରିଦେବା ପାଇଁ ଖୋଦ୍ ନିର୍ଦ୍ଦେଶକ ଯୋଜନାବଦ୍ଧ ଭାବରେ ଲାଗିପଡ଼ିଛନ୍ତି । ନିର୍ଦ୍ଦେଶକ ପ୍ରଥମେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅଧ୍ୟାପକ ନଥିବା ଆଳରେ ଏହି ସ୍ନାତକୋ ର ପାଠ୍ୟକ୍ରମ ତ୍ରୟକୁ ରଦ୍ଦ କରିଦେବା ପାଇଁ ଏକ ଚିଠି ଲେଖିଥିଲେ । ସେ ମହାମହିମ ରାଜ୍ୟପାଳ, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ଶାସନ ସଚିବ ଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଉକ୍ତ ପତ୍ରର ନକଲ ପ୍ରଦାନ କରି ସେମାନଙ୍କର ସହଯୋଗ ଲୋଡ଼ିଥିଲେ । ମାତ୍ର ସେମାନେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ ୧୦ ବର୍ଷ ଧରି ଚାଲିଆସୁଥିବା ପାଠ୍ୟକ୍ରମଗୁଡ଼ିକୁ ଉଠାଇଦେବାକୁ ଆଗଭର ହୋଇନଥିଲେ । ଅପରପକ୍ଷରେ ‘ନିର୍ତାର’ର ଫିଜିଓଥେରାପି ବିଭାଗର ମୁଖ୍ୟ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଚିଠି ଲେଖି ବ ର୍ମାନ ଉକ୍ତ ବିଭାଗରେ ଥିବା ଅଧ୍ୟାପକମାନେ ସମସ୍ତ ସ୍ନାତକୋ ର ପାଠ୍ୟକ୍ରମକୁ ଚଳାଇବାରେ ସମ୍ପୂର୍ଣ୍ଣ ସମର୍ଥ ବୋଲି ଜଣାଇଦେଇଥିଲେ । ତେଣୁ କୌଣସି ପାଠ୍ୟକ୍ରମକୁ ଉଚ୍ଛେଦ ନକରିବା ପାଇଁ ସେ ଅନୁରୋଧ କରିଥିଲେ ।
‘ନିର୍ତାର’ର ନିର୍ଦ୍ଦେଶକ କିନ୍ତୁ ଚୁପ୍ ହୋଇ ନବସି ପାଠ୍ୟକ୍ରମ ଉଚ୍ଛେଦ ପାଇଁ ବିଭ୍ରାନ୍ତିକର ଯୁକ୍ତିମାନ ଉପସ୍ଥାପନ କରି ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଏକ ଦୀର୍ଘ ପତ୍ର ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ମାଷ୍ଟର ଅଫ୍ ଫିଜିଓଥେରାପି (ଏମ୍.ପି.ଟି.) ଶ୍ରେଣୀରେ ନ୍ୟୁରୋଲୋଜି ଓ ପେଡିଆଟ୍ରିକ୍ସ ଏବଂ ମାଷ୍ଟର ଅଫ୍ ଆକ୍ୟୁପେସନାଲ ଥେରାପି (ଏମ୍.ଓ.ଟି.) ଶ୍ରେଣୀରେ ନ୍ୟୁରୋଲୋଜି ପଢ଼ାଇବା ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି କରିବା ଲାଗି ସେ ଦେଇଥିବା ନିର୍ଦ୍ଦେଶକୁ ବିଭାଗୀୟ ମୁଖ୍ୟ କାର୍ଯ୍ୟକାରୀ କରିନାହାନ୍ତି । ସାଧାରଣତଃ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ କୌଣସି ବିଷୟ ପଢ଼ାଇବା ପଇଁ ଅଧ୍ୟାପକ ଅଭାବ ହେଲେ ସେହି ବିଭାଗର ମୁଖ୍ୟ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଅଧ୍ୟକ୍ଷ ବା ନିର୍ଦ୍ଦେଶକଙ୍କୁ ଜଣାଇଥାନ୍ତି । ମାତ୍ର ‘ନିର୍ତାର’ର ନିର୍ଦ୍ଦେଶକ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ନିଜ ଆଡ଼ୁ ବିଭାଗୀୟ ମୁଖ୍ୟଙ୍କୁ କହିବାଦ୍ୱାରା ତାଙ୍କର ହୀନ ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି ।
ନିର୍ଦ୍ଦେଶକ ପୁଣି ଲେଖିଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟର ବୋର୍ଡ଼ ଅଫ୍ ଷ୍ଟଡିଜ୍ ୨୦୧୧-୧୨ ଶିକ୍ଷାବର୍ଷରେ ଏମ୍.ପି.ଟି. ପାଠ୍ୟକ୍ରମରେ ନ୍ୟୁରୋଲୋଜି ଓ ପେଡ଼ିଆଟ୍ରିକ୍ସ ସମେତ ୪ଟି ଏବଂ ଏମ୍.ଓ.ଟି. ପାଠ୍ୟକ୍ରମରେ ନ୍ୟୁରୋଲୋଜି ସମେତ ୪ଟି ବିଶେଷ ପତ୍ର (ସ୍ପେଶାଲିଟି) ରଖିବା ପାଇଁ ନିଷ୍ପ ି କରିଥିଲେ । ବୋର୍ଡ଼ ଅଫ୍ ଷ୍ଟଡିଜ୍ର କାର୍ଯ୍ୟକାଳ ମାତ୍ର ଏକ ଶିକ୍ଷାବର୍ଷ ବୋଲି ଜଣାଇ ଏସବୁ ବନ୍ଦ ନହୋଇ ୨୦୧୯-୨୦ ଶିକ୍ଷାବର୍ଷ ପର୍ଯ୍ୟନ୍ତ ଚାଲିଥିବାରୁ ନିର୍ଦ୍ଦେଶକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏଥିରୁ ନିର୍ଦ୍ଦେଶକଙ୍କର ବିଶ୍ୱବିଦ୍ୟାଳୟ ନିୟମାବଳୀ ସମ୍ପର୍କରେ ଠିକ୍ ଜ୍ଞାନ ନଥିବା ସ୍ପଷ୍ଟ ହୋଇଯାଇଛି ।
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ଦେଇଥିବା ଚିଠିରେ ନିର୍ଦ୍ଦେଶକ ଲେଖିଛନ୍ତି ଯେ, ‘ନିର୍ତାର’ରେ ବିଭିନ୍ନ ବିଶେଷ ପତ୍ର ସହ ଚାଲିଥିବା ଏମ୍.ପି.ଟି. ପାଠ୍ୟକ୍ରମ ସମ୍ପର୍କରେ ୨୦୧୯ରେ ଲୋକସଭାରେ ଏକ ପ୍ରଶ୍ନ ପଚରାଯାଇଥିଲା । କେଉଁ ସାଂସଦ ପ୍ରଶ୍ନ ପଚାରିଥିଲେ ଓ ତାଙ୍କର ପ୍ରଶ୍ନ କ’ଣ ଥିଲା, ତାହା ସେ ଉଲ୍ଲେଖ କରିନାହାନ୍ତି । ଲୋକସଭାରେ କୌଣସି ପାଠ୍ୟକ୍ରମ ପରିଚାଳନା ସମ୍ପର୍କରେ ପ୍ରଶ୍ନ ଉଠିଲେ ସେହି ପାଠ୍ୟକ୍ରମ ବନ୍ଦ ହୋଇଯାଏନାହିଁ । ଅଧିକନ୍ତୁ, ଓଡ଼ିଶାର କୌଣସି ଲୋକସଭା ସଦସ୍ୟ ଏପରି ପ୍ରଶ୍ନ ପଚାରିନାହାନ୍ତି । ତେଣୁ ‘ନିର୍ତାର’ ପାଠ୍ୟକ୍ରମ ଉଚ୍ଛେଦ ପାଇଁ ଚାଲିଥିବା ଚକ୍ରାନ୍ତ ସହ ଅଣ-ଓଡ଼ିଆ ବ୍ୟକ୍ତି ମଧ୍ୟ ସମ୍ପୃକ୍ତ ଥିବାର ଆଶଙ୍କା କରାଯାଏ ।
କଳିଙ୍ଗ ବିକାଶ ମଂଚ ତରଫରୁ ଏହି ସମସ୍ତ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଆଜି ଏକ ଚିଠି ଦିଆଯାଇଛି ଏବଂ ଏଥିସହିତ ଆବଶ୍ୟକ ସମସ୍ତ କାଗଜପତ୍ର ପଠାଯାଇଛି । ମଂଚର ସଭାପତି ଦୀପକ କୁମାର ମହାନ୍ତ ଉକ୍ତ ପତ୍ରରେ ଲେଖିଛନ୍ତି ଯେ, ‘ନିର୍ତାର’ରେ ଚାଲିଥିବା କୌଣସି ସ୍ନାତକୋତର ପାଠ୍ୟକ୍ରମକୁ ଯଦି ବନ୍ଦ କରାଯାଏ, ତେବେ ରାଜ୍ୟର ସ୍ୱାର୍ଥରକ୍ଷା ଲାଗି ସମସ୍ତ ରାଜନୈତିକ ଏବଂ ଅଣ-ରାଜନୈତିକ ସଙ୍ଗଠନକୁ ନେଇ ଏକ ବ୍ୟାପକ ଗଣଆନ୍ଦୋଳନ ମୁଣ୍ଡ ଟେକିବ ଏବଂ ଏହାର ପରିଣତି ପାଇଁ ନିର୍ଦ୍ଦେଶକ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସିଧାସଳଖ ଘଟଣାରେ ହସ୍ତକ୍ଷେପ କରି ‘ନିର୍ତାର’ରୁ କୌଣସି ପାଠ୍ୟକ୍ରମକୁ ଉଚ୍ଛେଦ ନକରିବା ପାଇଁ ଆଦେଶ ଦେବାକୁ ଶ୍ରୀ ମହାନ୍ତ ଅନୁରୋଧ କରିଛନ୍ତି ।