ନୂଆଦିଲ୍ଲୀ– ତଥ୍ୟ ଚୋରି ସନ୍ଦେହରେ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନରୁ ୮୯ଟି ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛି। କୌଣସି ତଥ୍ୟ କିମ୍ବା ସୂଚନା ଯେପରି ଚୋରି ନ ହେବ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।
ଆପ୍ଗୁ ଡ଼ିକ ମଧ୍ୟରେ ଟିକ୍ଟୃକ୍, ଟ୍ରୁକଲର ଓ ଇନ୍ଷ୍ଟା ଗ୍ରାମ ଆଦିର ସମେତ ୮୯ଟି ଆପ ନାଁ ମଧ୍ୟ ସାମିଲ ଅଛି। ଏନେଇ ନିକଟରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଯବାନମାନଙ୍କୁ ଟିଣ୍ଡର ଭଳି ଡେଟିଂ ଆପ୍ ଓ ଡେଲୀହଣ୍ଟ ଭଳି ସମାଚାର ଆପ୍ ମଧ୍ୟ ଡିଲିଟ୍ କରିବାକୁ କୁହାଯାଇଛି।ଅନ୍ୟାନ୍ୟ ଆପ୍ଗୁଓଡ଼ିକ ମଧ୍ୟରେ ଫେସବୁକ୍, ଭିଚାଟ୍, ହାଇକ୍, ଲାଇକୀ, ସେୟାର ଇଟ୍, ୟୁସି ବ୍ରାଉଜର, ବିଗୋ ଲାଇଭ, ଜୁମ୍, କ୍ୟାମ୍ସ୍କାଣନର, ବ୍ୟୁଟି ପ୍ଲସ, ପବଜୀ ସମେତ ଟେନ୍ସେଣ୍ଟ୍ର ସମସ୍ତ ଗେମିଂ ଆପ୍, କ୍ଲବ ଫ୍ୟାକ୍ଟ୍ରୀ, ହେପ୍ପନ୍, ବମ୍ବଲ, ୩୬୦ ସିକ୍ୟୁରିଟୀ, ପ୍ରତିଲିପି, ହଙ୍ଗାମା ଆଦି ଆପ୍ରତ ନାଁ ସାମିଲ ଅଛି।