
ନୂଆଦିଲ୍ଲୀ– ଏଥର ଏସିଆ କପ କ୍ରିକେଟ ପ୍ରତିଯୋଗିତା ହେବ ନାହିଁ । ମହାମାରୀ କରୋନା ପାଇଁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ଏସିଆ କପ ବାତିଲ କରାଯାଇଛି. ତେବେ ଏହି ଟୁର୍ଣାମେଣ୍ଟ ବାତିଲ ହେଲା ବୋଲି ସୂଚନା ଦେଇଛନ୍ତି ବିସି ସିଆଇ ସଭାପତି ସୌରଭ ଗାଙ୍ଗୁଲି. ତେବେ ଏସିଆ କପ ବନ୍ଦ ହେବା ନିଷ୍ପତ୍ତି ଏସିଆନ କ୍ରିକେଟ କାଉନସିଲ କରିଛି ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି।
ଏହି ପ୍ରତିଯୋଗିତା ଆଗାମୀ ସେପ୍ଟେମ୍ବର ମାସରେ ୟୁଏଇରେ ଆୟୋଜିତ ହେବାର ଥିଲା. ଏହା ସହ ପାକିସ୍ତାନ ମଧ୍ୟ ଏହି ଟୁର୍ଣାମେଣ୍ଟ ଆୟୋଜନ କରିବାକୁ ଇଛୁକ ଥିବାବେଳେ ଭାରତ ପାକିସ୍ତାନ ଗସ୍ତ କରିବାକୁ ସିଧାସଳଖ ମନାକରିଦେଇଥିଲା.
ଏହା ସହ ଟି – ଟ୍ୱେଣ୍ଟି ବିଶ୍ୱକପ ମଧ୍ୟ ଆଶା ଆଶଙ୍କାରେ. ଯଦି ଟି -ଟ୍ୱେଣ୍ଟି ବିଶ୍ୱକପକୁ ଆଇସିସି ବାତିଲ କରେ ତେବେ ଭାରତୀୟ କ୍ରିକେଟ ବୋର୍ଡ଼ ଆଇପିଏଲକୁ ଭାରତରେ ଆୟୋଜନ କରିବାକୁ ଯୋଜନା କରିବ ବୋଲି ଗାଙ୍ଗୁଲି ମତ ଦେଇଛନ୍ତି. ଜୁଲାଇ 17 ରେ ଆଇସିସିର ଏକ ବୈଠକରେ ଟି- ଟ୍ୱେଣ୍ଟି ବିଶ୍ୱକପ ହେବ କି ନାହିଁ ସେ ନିଷ୍ପତ୍ତି ନିଆଯିବ.