ପିଏମଜିକେୱାଇ/ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଜୁନରୁ ଅଗଷ୍ଟ 2020 ପର୍ଯ୍ୟନ୍ତ ଅଧିକ ତିନି ମାସ ଲାଗି 24 ପ୍ରତିଶତ (12 ପ୍ରତିଶତ ନିଯୁକ୍ତିଦାତାଙ୍କ ଭାଗ ଏବଂ 12 ପ୍ରତିଶତ କର୍ମଚାରୀଙ୍କ ଭାଗ) ଇପିଏଫ ଯୋଗଦାନ ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ନୂଆଦିଲ୍ଲୀ– ନ ଠାରୁ ଆରମ୍ଭ କରି ଅଗଷ୍ଟ 2020 ପର୍ଯ୍ୟନ୍ତ ତିନି ମାସର ଅଧିକ ଅବଧି ନିମନ୍ତେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଅନ୍ତର୍ଗତ କର୍ମଚାରୀଙ୍କ 12 ପ୍ରତିଶତ ଓ ନିଯୁକ୍ତିଦାତାଙ୍କ 12 ପ୍ରତିଶତ ଅଂଶଧନକୁ ମିଶାଇ ମୋଟ 24 ପ୍ରତିଶତ ଯୋଗଦାନ ସରକାରଙ୍କ ପକ୍ଷରୁ କରାଯିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି। କୋଭିଡ-19 ମହାମାରୀ ପରିଦୃଶ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଏବଂ ଆତ୍ମନିର୍ଭର ଭାରତ ଅଧୀନରେ ସରକାରଙ୍କ ପକ୍ଷରୁ ଘୋଷିତ ପ୍ୟାକେଜ ମୁତାବକ ଏହି ସହାୟତା ଯୋଗାଇ ଦିଆଯିବ।
ପୂର୍ବରୁ ମାର୍ଚ୍ଚଠାରୁ ମଇ ମାସର ବେତନରେ ସମ୍ପୂର୍ଣ୍ଣ ଇପିଏଫ ଯୋଗଦାନ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ବର୍ତ୍ତମାନର ଯୋଜନା ପୂର୍ବ ଘୋଷଣା ଅତିରିକ୍ତ ଯୋଗାଇ ଦିଆଯିବ। ଏଥିପାଇଁ ମୋଟ ଆନୁମାନିକ 4,860 କୋଟି ଟଙ୍କା ବ୍ୟୟ କରାଯିବ। ଏହାଦ୍ବାରା 3.67 ଲକ୍ଷ ପ୍ରତିଷ୍ଠାନ ଏବଂ 72 ଲକ୍ଷରୁ ଅଧିକ କର୍ମଚାରୀମାନଙ୍କୁ ଲାଭ ମିଳିବ।