-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୬୦ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୦୯୬ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୧୯, ବାଲେଶ୍ୱର ଜିଲ୍ଲାରେ ୪୯୬, ବରଗଡ ଜିଲ୍ଲାରେ ୧୬୭, ଭଦ୍ରକ ଜିଲ୍ଲାରେ ୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୪୮. ବୌ ଦ୍ଧ ଜିଲ୍ଲାରେ ୫୦, କଟକ ଜିଲ୍ଲାରେ ୮୮୬, ଦେବଗଡ ଜିଲ୍ଲାରେ ୬୨, ଢେଙ୍କାନାଳ ଜିଲ୍ଲାରେ ୯୧. ଗଜପତି ଜିଲ୍ଲାରେ ୫୩୮, ଗଂଜାମ ଜିଲ୍ଲାରେ ୩୦୯୬, ଜଗତସିଂହପୁର ଜିଲ୍ଲାରେ ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୬୭୩, ଝାରସୁଗୁଡା ଜିଲ୍ଲାରେ ୧୩୪, କଳାହାଣ୍ଡି ଜିଲ୍ଲାରେ ୭୯, କେନ୍ଦ୍ରାପଡା ଜିଲ୍ଲାରେ ୨୮୫, କେନ୍ଦୁଝର ଜିଲ୍ଲାରେ ୨୪୬, ଖୋର୍ଧା ଜିଲ୍ଲାରେ ୧୧୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୭୯, ମାଲକାନଗିରି ଜିଲ୍ଲାରେ ୧୧୬, ମୟୁରଭଂଜ ଜିଲ୍ଲାରେ ୩୦୫. ନବରଙ୍ଗପୁର ଜିଲ୍ଲାରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୧୨, ନୂଆପଡା ଜିଲ୍ଲାରେ ୮୬, ପୁରୀ ଜିଲ୍ଲାରେ ୩୨୭, ରାୟଗଡା ଜିଲ୍ଲାରେ ୧୩୯. ସମ୍ବଲପୁର ଜିଲ୍ଲାରେ ୧୦୮. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୫୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।