ଗତକାଲି ୧୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଅଦ୍ୟାବଧି ୧୬୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସକ୍ରିୟ ମାମଲା ଆଜିକୁ ମିଶାଇ ୧୨ ୦୧ କୁ ବୃଦ୍ଧି ପାଇଛି ।
ସେହିପରି ଜିଲ୍ଲାରେ ପୁଣି ତିନି ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି । ସେମାନଙ୍କ ମଧ୍ୟରେ ମହିଳା ଜଣକର ବୟସ ୬୫ ବର୍ଷ । ଦୁଇ ପୁରୁଷଙ୍କ ମଧ୍ୟରୁ ଜଣକର ବୟସ ୬୩ ଏବଂ ଅନ୍ୟ ଜଣକର ବୟସ ୫୮ ବର୍ଷ । ଏଥିସହ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।