ଘୋଡାହାଡ଼ କେନାଲର ବାର୍ଷିକ ରକ୍ଷଣାବେକ୍ଷଣ ତଥା ଆନୁସାଙ୍ଗିକ ପରିଚାଳନା ପାଇଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟବରାଦ ଥିବାବେଳେ ଅମନଯୋଗି ଦୂର୍ଣ୍ଣିତିଖୋର ବିଭାଗୀୟ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟାଦେଶ ରଖି ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍ କରୁଥିବା ଜଣାଯାଇଛି । ଏଥି ସମ୍ବନ୍ଧରେ କିଛି ଚାଷୀ ନେତା ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବୀ ରଖିଛନ୍ତି । ମିଳିଥିବା ସୂଚନା ମୁତାବକ, ପ୍ରାୟ ଦୁଇ ତିନି ବର୍ଷ ପୂର୍ବରୁ କଇଠଖଣ୍ଡି ବଟ ଠାରୁ ପନାଡ଼ ପର୍ଯ୍ୟନ୍ତ ଲମ୍ବୀ ଥିବା ଘୋଡାହାଡ଼ କେନାଲର ତଲାସିଙ୍ଗି water court ମରାମତି ପାଇଁ ବହୁ ବାର ଅଭିଯୋଗ କଲେଣି । କାରଣ ଉକ୍ତ କେନାଲ ଉପରେ ପ୍ରାୟ ୧୫ଶହ ଚାଷୀ ନିର୍ଭର କରି ଚଳୁଛନ୍ତି । ଚାଷୀ ସମୂହ ଏବଂ ପାଣି ପଞ୍ଚାୟତ କର୍ମକର୍ତାଙ୍କ ଦାବି ମୁତାବକ ମୁଖ୍ୟ କେନାଲର ଶାଖା ଗୁଡିକ ମରାମତି ନେଇ ମତ ପ୍ରକାଶ ପାଇବା ଦ୍ୱାରା ଶାଖା କେନାଲ ଗୁଡିକର ତଳସ୍ତର ପର୍ଯ୍ୟନ୍ତ ଚାଷୀଙ୍କ ଜମିକୁ ଜଳସେଚିତ କରାଯିବାର ଦାବି ପ୍ରକାରେ କାର୍ଯ୍ୟପନ୍ଥା କରିବା ପାଇଁ ଆଲୋଚନା ହୋଇଥିଲା, ପରନ୍ତୁ ବିଭାଗୀୟ କାର୍ଯ୍ୟ ଅନୁମୋଦନ ପରେ ରାଜନୈତିକ ଅଭିସନ୍ଧି ରଖି ଠିକାଦାର ପୋଷଣ ନୀତିକୁ ଆପଣାଇ ଅତ୍ୟାବଶ୍ୟକ କେନାଲ ଗୁଡ଼ିକ ପ୍ରଥମେ କରିବା ପରିବର୍ତ୍ତେ ବର୍ଷା ଆଗମନ ହୋଇଥିବା ସତ୍ବେ ଅର୍ଥାତ ଆଜି ପର୍ଯ୍ୟନ୍ତ ଟେଣ୍ଡେର ହୋଇନଥିବା ଜଣାପଡ଼ିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଅତ୍ୟାବଶ୍ୟକ କେନାଲ ଗୁଡ଼ିକରେ ତଳି ପକାଇବା ପୂର୍ବରୁ କାର୍ଯ୍ୟ ଆରମ୍ଭ କରାନଯାଇ ତେବେ ଅଧିକାଂଶ ଜମି ପଡ଼ିଆ ରହିବା ନିଶ୍ଚିତ ବୋଲି ଅଭିଯୋଗ କରିଛନ୍ତି ଚାଷୀ ନେତା ସୀମାଞ୍ଚଳ ପାଣିଗ୍ରାହୀ, ଅରୁଣ ଗୌଡ଼, ସୀମା ଗୌଡ଼, ପୁରଞ୍ଜୟ ପାଣିଗ୍ରାହୀ,ପ୍ରକାଶ ପାଣିଗ୍ରାହୀ, ଶ୍ରୀକାନ୍ତ ମହାପାତ୍ର, ଜଗନ୍ନାଥ ମହାପାତ୍ର, ଗୋପୀନାଥ ମନ୍ଦିର ପରିଚାଳନା କମିଟି ପ୍ରମୁଖ । ପରେ ତରବରିଆ ଭାବେ କେନାଲ ହୁଡ଼ାର ଘାସ ଚାଂଛି ଠିକାଦାର ପୋଷିଲେ ଆଗାମୀ ଦିନରେ ଚାଷୀ କୂଳ ହତାଶ ହେବାର ସମ୍ଭାବନା ରହିଛି । ଯଦି ଚାଷୀର ହିତ ଚିନ୍ତା କରି ବିଭାଗୀୟ ଯନ୍ତ୍ରୀ ମାନେ କାର୍ଯ୍ୟାଦେଶ ଦିଅନ୍ତି, ତେବେ ଘୋଡାହାଡ଼ କେନାଲ ଉପରେ ନିର୍ଭର କରି ଚଳୁଥିବା ଚାଷୀ ମାନେ ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Related Stories
November 23, 2024