ଚିତ୍ତରଞ୍ଜନ ଗନ୍ତାୟତ, ଜଗନ୍ନାଥ ପ୍ରସାଦ
ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା ଚେନ୍ କୁ ରୋକ ଦେବା ପାଇଁ ବା ଆଗକୁ ଯେଭଳି ଗୋଷ୍ଠୀ ସଂକ୍ରମଣ ନହୁଏ ତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭିନ୍ନ ନୀତି ଆପଣାଉଛନ୍ତି।ଏଥିସହିତ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଘର ବୁଲି ହେଲଥ ସ୍କ୍ରିନିଂ କରାଯିବା ସହ ଆଣ୍ଟିଜେନ ପରୀକ୍ଷା କରିବା ପାଇଁ ସମସ୍ତ ସହରାଞ୍ଚଳ ସହ ଏନଏସି ଓ ବ୍ଲକ ହେଡକ୍ବାର୍ଟର ଗୁଡିକୁ ଜୁଲାଇ ୯ ରୁ ୧୩ ତାରିଖ ଯାଏଁ ସଟଡାଉନ ପାଇଁ ଜିଲ୍ଲାପାଳ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି।
ଏହାର ପ୍ରଭାବ ଜଗନ୍ନାଥ ପ୍ରସାଦ ବ୍ଳକରେ ମଧ୍ୟ ଦେଖିବାକୁ ମିଳିଛି। କେହି ଯେମିତି ଏହି ପାଞ୍ଚ ଦିନ ଘରୁ ନ ବାହାରିବା ସହ ଅଯଥା ରାସ୍ତାରେ ନ ବୁଲିବେ ସେଥିପାଇଁ ଜଗନ୍ନାଥ ପ୍ରସାଦ ଥାନା ଆଇଆଇସି ଯୁବରାଜ ସ୍ୱାଇଁ ଙ୍କ ତରଫରୁ ପ୍ରତେକ ଛକ ମାନଙ୍କରେ ଦୁଇରୁ ତିନି ଜଣ ପୋଲିସ କର୍ମଚାରୀ ଚାରୀଙ୍କୁ ନିୟୋଜିତ କରି ବ୍ୟାରିକେଟ ବନ୍ଧାଯାଇ ଗାଡି ଗୁଡ଼ିକୁ ଚେକିଂ କରାଯାଉଛି। କେବଳସେତିକି ନୁହଁ ଜଗନ୍ନାଥ ପ୍ରସାଦ ତହସିଲଦାର ବାସୁଦେବ ପାଣ୍ଡେ ମଧ ନିଜର କର୍ମଚାରୀ ମାନଙ୍କୁ ନେଇ ସେ ମଧ୍ୟ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ତାଗିତ କରିବା ସହ ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ କରୁଛନ୍ତି ଅତ୍ୟାଵଶ୍ୟକୀୟ ଓ ଜରୁରୀକାଳୀନ ଗାଡି ମାନଙ୍କୁ ଛଡାଯାଉଛି। ଏତତ ବ୍ୟତୀତ ପ୍ରଥମ ଦିନରେ ସମସ୍ତ ଦୋକାନ ବନ୍ଦ ରହିବା ସହ ଜଗନ୍ନାଥ ପ୍ରସାଦ ଏରିଆ ଖାଁ ଖାଁ ଦେଖାଯାଉଥିଲା। କେତେଜଣ ଅମାନିଆ ବିନା ମାସ୍କ ଓ ବିନା କାର୍ଯ୍ୟରେ ଗାଡି ଧରି ଘରୁ ବାହାରିବା ପାଇଁ ସେମାନଙ୍କୁ ଫାଇନ ପଡିବା ସହ ତାଗିଦ କରାଯାଇଥଲା