
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୮/୦୭ /୨୦୨୦,ଏ ବର୍ଷ ରଥଯାତ୍ରାରୁ ନୀଳାଦ୍ରି ବିଜେ ସମୟରେ ଶ୍ରୀମନ୍ଦିରରୁ ମୂଲ୍ୟବାନ ପଥର ଚୋରି କରାଯାଇଛି |ASI ଏବଂ ପ୍ରଶାସନ ମିଶି ଶ୍ରୀମନ୍ଦିରର ମରାମତି ଆଳରେ ଗଣେଷ ମୂର୍ତ୍ତି, ଗରୁଡ ମୂର୍ତ୍ତି, ନାଟ ଗଣେଷ ମୂର୍ତ୍ତି, କାର୍ତ୍ତିକ ମୂର୍ତ୍ତି, ଠିଆ ନାରାୟଣ ମୂର୍ତ୍ତି, ସିଂହଦ୍ୱାର ପାଖରୁ କଳା ମୁଗୁନି ପଥରର ମୂର୍ତ୍ତି, ରତ୍ନସିଂହାସନ ପାଖରୁ ପଥର ଚୋରି କରାଯାଇଛି |ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ସାମ୍ମନାରୁ ଭୋଗଲାଗିବା ଯନ୍ତ୍ର ମଧ୍ୟରୁ ବଳଭଦ୍ର ଙ୍କ ଭୋଗଲାଗିବା ଯନ୍ତ୍ର ଚୋରି କରି ନେଇଯାଇଥିଲେ ସେବାୟତ ମାନେ ବିରୋଧ କରିବାରୁ ତାକୁ ଆଣି ଲଗାଇ ଦେଇଛନ୍ତି| ASI ଵାଲା ଗଣେଷ ମୂର୍ତ୍ତି ନେଇଯାଉଥିବାବେଳେ ଧାରା ପଡିଲେ ଏବଂ କହିଥିଲେ ଆମେ ଏହାକୁ ଅଫିସକୁ ନେଇଯାଉଛୁ |ମନ୍ଦିର ମରାମତି ନାରେ ବର୍ତ୍ତମାନ ମୂର୍ତ୍ତି ଚୋରିକରି ବାହାରେ ବିକ୍ରି ହେଉଛି |ସେଥିପାଇଁ କିଏ ଦାୟୀ? ତାହା ସହିତ ଯେଉଁ ଅଷ୍ଟ ଧାତୁର ଆର୍ଥିନ ଥିଲା ତାକୁ ରିଲିଆନ୍ସ କମ୍ପାନୀ କୁ ସାଢେ ତିନି କୋଟି ଟଙ୍କାରେ ବିକ୍ରି କରାଯାଇଛି |ତାହା ମନ୍ଦିରକୁ ବିଜୁଳି ଆଲୋକରୁ ରକ୍ଷା କରୁଥିଲା |ତା ବଦଳରେ ଏବେ ଏକ ଦୁଃପ୍ଲିକେଟ ଓ ନିମ୍ନ ମାନର ଆର୍ଥିନ ଲଗାଯାଇଛି |ଯାହା ଟିକେ ବିଜୁଳି ମାରିଲେ ତାହା ମନ୍ଦିର ପାଇଁ ବିପଦ ସୃଷ୍ଟି କରୁଛି |ଏ ସବୁର ତଦନ୍ତ ହେବା ଦରକାର |ଯେଉଁ ସେବକ ମାନେ ୧0 ଟଙ୍କାରେ ନଡ଼ିଆ ବାଡେଇଲେ କୁହାଯାଉଛି ସେମାନେ ଲୁଟିନେଲେ କିନ୍ତୁ ଏଭଳି ହଜାର ହଜାର ଟଙ୍କାର ପଥର ଲୁଟି ନେଉଛନ୍ତି ତାଙ୍କ ବିରୁଦ୍ଧରେ ତଦନ୍ତ ହେବା ଦରକାର |ସେବାୟତ ମାନେ ନଡ଼ିଆ ବାଡେଇ ଯେଉଁ ଟଙ୍କା ନେଉଛନ୍ତି ତାହା ଲୁଟ ନୁହେଁ ପ୍ରକୁତ ଲୁଟ ହେଉଛି ଯେଉଁ ମାନେ ମୂଲ୍ୟବାନ ପଥର ଶ୍ରୀମନ୍ଦିର ରୁ ଚୋରିକରି ନେଉଛନ୍ତି |
କରୋନା ସଂକ୍ରମଣ କୁ ଦେଖି ଯେଉଁ ନିଷ୍ପତି ଜିଲ୍ଲା ପ୍ରଶାସନ ନେଇଛନ୍ତି ଯେ ସ୍ୱର୍ଗଦ୍ୱାର ରେ ବାହାର ଲୋକ ଶବ ଦାହ କରିପାରିବେ ନାହିଁ ତାକୁ ଆମ୍ଭେ ମାନେ ସାମୁହିକ ଭାବେ ସ୍ୱାଗତ କରୁଛୁ କାରଣ ସ୍ୱର୍ଗଦ୍ୱାର ଶବ ଦାହ ପାଇଁ ୱେଷ୍ଟ ବେଙ୍ଗଲ ଓ ଛତିଶଗଡ ଲୋକ ଆସନ୍ତି |ଏହି କରୋନା ପରିସ୍ଥିତିରେ ଜନ ସମାଗମ ବିଭିନ୍ନ ବାହାର ଜାଗାରୁ ଲୋକ ସ୍ୱର୍ଗଦ୍ୱାର କୁ ଶବଦାହ କରିବାକୁ ପଳାଇ ଆସୁଛନ୍ତି |ତେଣୁ କରୋନା ସଂକ୍ରମଣ ରୋକିବା କଷ୍ଟକର ହେଵ |ଧର୍ମ ଦୃଷ୍ଟିରୁ ଯିଏ ଚାହିଁବେ ପରେ ଆସି ଶ୍ଵେତଗଙ୍ଗା ରେ ଅସ୍ଥି ବିସର୍ଜନ କରିପାରିବେ |ତେଣୁ ସମସ୍ତଙ୍କୁ ଅନୁରୋଧ ଆମେ ସମସ୍ତେ ମିଶି ପ୍ରଶାସନର ଏହି ନିଷ୍ପତ୍ତି କୁ ପାଳନ କରିବା |
ତିନୋଟି ନିଷ୍ପତ୍ତି ମାଧ୍ୟମରେ ଆମେ ଜାଣିପାରିଲୁ ଯେ ରାଜ୍ୟ ସରକାର ରଥଯାତ୍ରା କରାଇଦେବାକୁ ଚାହୁଁନାହାନ୍ତି |ପ୍ରଥମ କଥାଟି ହେଲା ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ମତ ରଖିଲେ ଯେ ରଥଯାତ୍ରା କଲେ ଦଶ ରୁ ବାର ଲକ୍ଷ ଭକ୍ତ ଏକାଠି ହେବେ ସେଥିପାଇଁ ସେ ମନାକରିଦେଲେ |ଦ୍ୱିତୀୟ କଥାଟି ମୁଖ୍ୟମନ୍ତ୍ରୀ ଙ୍କ ଅଧକ୍ଷତା ରେ ସେଦିନ କ୍ୟାବିନେଟ ବୈଠକ ହେଲା ସେଥିରେ ଯଦି ସେମାନେ କହିଥାନ୍ତେ ଯେ ଆମେ ରିଭିୟୁ କରିବୁ ତେବେ ଜାଣିଥାନ୍ତେ ସରକାରୀ ଦଳର ଆନ୍ତରିକତା ଅଛି |କିନ୍ତୁ ସେ କହିଲେ ଆମେ ସୁପ୍ରିମ କୋର୍ଟ ର ନିଷ୍ପତ୍ତି ମାନିନେବୁ ଏବଂ ତାଙ୍କର ନେତ୍ରୀ ପ୍ରମିଳା ମଲ୍ଲିକ କହିଲେ ଯଦି ରଥଯାତ୍ରା ପୁରୀରେ କଲେ କରୋନା ସଂକ୍ରମଣ ବଢିବ ତେବେ କିଏ ଦାୟୀ ହେବ ସେମାନେ ଦାୟୀ ହେବେ ବୋଲି ଆମକୁ ପ୍ରଶ୍ନ କଲେ |ଯାହାବି ହେଉ ଏହା ମହାପ୍ରଭୁଙ୍କ ଚମତ୍କାରିତା ସେଦିନ ସକାଳ ମଙ୍ଗଳ ଆଳତୀ ସମୟରେ ବଡ଼ଠାକୁର ବଳଭଦ୍ରଙ୍କର ମାଳ ଏବଂ ଧଣ୍ଡା ଖସିଲା ଯାହାଫଳରେ ଆମେ ଜାଣିପାରିଲୁ କି ବଡ଼ଠାକୁର ଚାହୁଁଛନ୍ତି ରଥଯାତ୍ରା ହେଉ |ଏହି ସମସ୍ତ ଶ୍ରେୟ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ, ଚକ୍ରରାଜ ସୁଦର୍ଶନ ଏବଂ ଭକ୍ତ ମାନଙ୍କର କିନ୍ତୁ ଏହି ରଥଯାତ୍ରାରେ ସମସ୍ତେ ସାଇଜ ହେଲେ ମହାପ୍ରଭୁ ସମସ୍ତଙ୍କୁ ସାଇଜ କଲେ |ସରକାର ଚିନଁହା ପଡିଲେ ସାଇଜ ହେଲେ, ଭକ୍ତ ସାଇଜ ହେଲେ, ସେବାୟତ ସାଇଜ ହେଲେ, ପରିଚାଳନା କମିଟି ସାଇଜ ହେଲେ, ମହାରାଜ ସାଇଜ ହେଲେ, ସାଧାରଣ ଲୋକ ସାଇଜ ହେଲେ, ପ୍ରଶାସନ ସାଇଜ ହେଲେ, IAS ଅଫିସର ସାଇଜ ହେଲେ, କେନ୍ଦ୍ର ସାଇଜ ହେଲା, ସମସ୍ତେ ସାଇଜ ହେଲେ କିନ୍ତୁ ଏବେ କମ୍ପିଟେସନ ଚାଲିଛି କିଏ ନେବ ପ୍ରାଇଜ ସବୁ ଶ୍ରେୟ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ, ଚକ୍ରରାଜ ସୁଦର୍ଶନ ଙ୍କର |ବର୍ତ୍ତମାନ ର କଥା ସମସ୍ତେ ହେଲେ ସାଇଜ କିନ୍ତୁ ଲଢେଇ ଚାଲିଛି କିଏ ପାଇବ ପ୍ରାଇଜ???
ଏହି ବାର୍ତ୍ତା ପୁରୀ ଜଗନ୍ନାଥ ସେନା ଅବାହକ ପ୍ରିୟଦର୍ଶନ ପଟ୍ଟନାୟକ ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ କହିଛନ୍ତି |