
-
ଅସହାୟ ଲୋକଙ୍କୁ ବାଣ୍ଟିଲେ ଖାଦ୍ୟ
ବାଲେଶ୍ଵର, ୮/୭ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ଵର ଯୁବଛାତ୍ର ସମାଜ ଆଜି ଏକ ଅଭିନବ ଉପାୟରେ କ୍ରିକେଟିୟର୍ ମହେନ୍ଦ୍ରସିଂହ ଧୋନିଙ୍କ ଜନ୍ମଦିନ ପାଳନ କରିଛନ୍ତି। ଧୋନିଙ୍କ ଜନ୍ମଦିନ ଏବଂ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ମୃତିରେ ବାଲେଶ୍ଵର ଠାରେ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଧୋନି ଓ ସୁଶାନ୍ତ ଉଭୟେ ଯୁବମାନସର ଉଦବେଳନ। ସେମାନେ ଯୁବ ସମାଜ ଭିତରେ ଅଦମ୍ୟ ଉତ୍ସାହ ଓ କର୍ମ ନିପୁଣତାର ପ୍ରତୀକ ଭାବେ ପ୍ରତିଷ୍ଠିତ। କ୍ରିକେଟ ଜଗତରେ ଧୋନି ଯେମିତି ଶୀର୍ଷରେ ପହଞ୍ଚିଥିଲେ, ଚଳଚ୍ଚିତ୍ର କ୍ଷେତ୍ରରେ ସୁଶାନ୍ତ ମଧ୍ୟ ସଫଳତାର ଶୀର୍ଷକୁ ଛୁଇଁ ପାରିଥିଲେ l ଧୋନିଙ୍କର ଆଜି ହେଉଛି ଜନ୍ମଦିନ। କିନ୍ତୁ ଦୁର୍ଭାଗ୍ୟ ଯେ ଧୋନିଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରରେ ଧୋନିଙ୍କ ଚରିତ୍ରରେ ଅଭିନୟ କରିଥିବା ସୁଶାନ୍ତ ସିଂହ ରାଜପୁତ ଆଉ ସ୍ଵଦେହରେ ନାହାନ୍ତି l ଧୋନିଙ୍କ ଜନ୍ମଦିନ ପାଳନ ଏବଂ ସୁଶାନ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବାଲେଶ୍ୱର ର ଯୁବ ଛାତ୍ର ସମାଜ ଶତାଧିକ ଦୁଃଖୀ ଓ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛି।
ଆଜି ସନ୍ଧ୍ୟାରେ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟାଯାଇଛି l ଧୋନିଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ସୁଶାନ୍ତ ସିଂହ ରାଜପୁତଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୌରଭ ବେହେରା, ଆନିଶ କୁମାର, ନିଗମାନନ୍ଦ ଶ, କୌଶିକ ମିଶ୍ର, ଭବାନୀ ଶଙ୍କର ବେହେରା, ସୁଜୟ ଦେବ ପ୍ରମୁଖ ଯୋଗ ଦେଇଥିଲେ l