
-
ବାଲେଶ୍ଵର ସହଦେବଖୁଂଟା ଥାନାରେ ଜିଲ୍ଲା ବିଜେଡ଼ି ପକ୍ଷରୁ ଅଭିଯୋଗ
ବାଲେଶ୍ବର,୮/୭: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବିଜେପି ଆଇଟି ସେଲ୍ ପକ୍ଷରୁ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିକୃତ କରି ଭାଇରାଲ୍ କରିବା ଅଭିଯୋଗ ନେଇ ସହଦେବଖୁଂଟା ଥାନାରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି।
ଜଣେ ମହିଳାଙ୍କ ଫଟୋ ସହିତ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ମିଶାଇବା ସହିତ ବିଜେଡ଼ି ଦଳର ଶଙ୍ଖ ଚିହ୍ନକୁ ଉପରେ ଲଗା ଯାଇଥିବା ବେଳେ ତଳେ ‘ଆପଣମାନେ ଖୁସି ତ?’ ବୋଲି ଲେଖା ଯାଇଛି। ଏହାକୁ ନେଇ ଜିଲ୍ଲାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହ ବିଜେଡ଼ି ଦଳର କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଜିଲ୍ଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ବରେ ସହଦେବଖୁଂଟା ଆଦର୍ଶ ଥାନାରେ ଆଜି ସନ୍ଧ୍ୟାରେ ଏ ସଂପର୍କରେ ଏକ ଲିଖିତ ଅଭିଯୋଗ କରାଯାଇଛି।
ଅଭିଯୋଗରେ ଦର୍ଶା ଯାଇଛି ଯେ, ଶୀତାରାମ ଗୋପପୁରିଆ ନାମରେ ଫେସ୍ବୁକ୍ ଆକାଉଣ୍ଟ୍ ଧାରୀ ଜନୈକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ମହିଳା ଭାବେ ଆଙ୍କି ‘ସାଇବର ଆର୍ମି ବିଜେପି ଓଡ଼ିଶା (ଅଫିସିଆଲ୍)’ ଗ୍ରୁପ୍ ରେ ପୋଷ୍ଟ୍ କରି ଭାଇରାଲ୍ କରିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରାଯିବାକୁ ଉଦ୍ୟମ କରାଯାଇଥିବା ବେଳେ ତାଙ୍କର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିକୁ ମଳିନ କରିବା ସହ ଏଭଳି ଅସାମାଜିକ କାର୍ଯ୍ୟ ଓ ଧର୍ତ୍ତବ୍ୟ ଅପରାଧ କରିଥିବା ବ୍ୟକ୍ତି ଓ ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।
ଏହି ଅଭିଯୋଗ ପ୍ରଦାନ ବେଳେ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ବରଦାପ୍ରସନ୍ନ ପଟ୍ଟନାୟକଙ୍କ ନେତୃତ୍ବରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବିଜେଡି ଜିଲ୍ଲା ଉପସଭାପତି ଭୁବନାନନ୍ଦ ଦାସ, ଜିଲ୍ଲା ସଂପାଦକ ମନୋଜ କୁମାର ରାଉତ, ଭାଗବତ ସାହୁ, ଆଶିଷ ଘୋଷ, ଜିଲ୍ଲା ଏସ୍.ସି. ସେଲ୍ ଅଧ୍ୟକ୍ଷ ଶତୃଘ୍ନ ମଲ୍ଲିକ, ରାଜ୍ୟ ଯୁବ ବିଜେଡି ଉପସଭାପତି ସତ୍ୟ ରଞ୍ଜନ ଦାସ, ରାଜ୍ୟ ପରିଷଦ ସଦସ୍ୟା ରଞ୍ଜିତା ମହାପାତ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିମନ ଦାସମହାପାତ୍ର, ପୂର୍ବତନ ନଗରପାଳ ଆଲୋକ ସାହୁ, ବରିଷ୍ଠ ବିଜେଡି ନେତା ବିନୋଦ ପାଣି, ପ୍ରଣବ କୁମାର ପଣ୍ତା, ଗୌରୀ କୁମାର ବାରିକ, ସୁଲଳିତ କର, ଅଶ୍ବିନୀ ମହାପାତ୍ର, ସୂର୍ଯ୍ୟକାନ୍ତ କର, ଉତ୍ପଳ ମହାନ୍ତି, ଅଶୋକ ସେନାପତି, ହରେନ ଚନ୍ଦ୍ର ରଣା, ବାଲେଶ୍ବର ସଦର ବ୍ଲକ ବିଜେଡି ସଭାପତି ବସନ୍ତ କୁମାର ପଣ୍ତା, ବାଲେଶ୍ବର ଟାଉନ ବିଜେଡି ସଭାପତି ସନତ ଦାସ, ଟାଉନ ଯୁବ ବିଜେଡି ସଭାପତି ସଞ୍ଜିବ ଦାସ, ଟାଉନ ଛାତ୍ର ବିଜେଡି ସଭାପତି ବ୍ରଜ କିଶୋର ପ୍ରଧାନ, ଯୁବନେତା ସେକ ଅନସର ଅଲ୍ଲି, ମନୋଜ କୁମାର ଆଚାର୍ଯ୍ୟ, ଶକ୍ତିପଦ ରାୟ, ସଞ୍ଜୟ ବେହେରା, ଧନଞ୍ଜୟ ଜେନା, ବିକାଶ ବଂଶଲ ବେହେରା, ପ୍ରତିକ ପଟ୍ଟନାୟକ, ଉମାଶଙ୍କର ତିଆଡି, ଛାତ୍ରନେତା କୁଶଲ ଚାଟାର୍ଜୀ, ସିମନ ସାମଲ, କିରଣ ନାଥ, ପ୍ଲାବନ ଦାସ, ଚିନ୍ମୟ ମହାନ୍ତି, ସୁଶିଲ ପଣ୍ତା, ମହିଳା ନେତ୍ରୀ ରାଜଲକ୍ଷ୍ମୀ ଚାଟାର୍ଜୀ, କବିତା ମୁର୍ମୁ, ରୋଜି ପଟ୍ଟନାୟକ, ସ୍ବାଗତିକା ବାରିକ, ମୋନାଲିସା ପାଣିଗ୍ରାହୀ ସଂଘମିତ୍ରା ସାମଲ ଓ ପଦ୍ମିନୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।