ମାଲକାନଗିରି -ବହୁ ଦିନର ବ୍ଯବଧାନ ପରେ ଗତ ସପ୍ତାହ ଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଧାନ ରୁଆ ଏବଂ ବୁଣା ଦ୍ରୁତ ଗତିରେ ଚାଲିଛି | ବର୍ଷାର ଅନିୟମିତତା ଯୋଗୁଁ ବର୍ଷା ପାଗକୁ ଦେଖି ଚାଷ ନକଲେ ଜମି ପଡିଆ ପଡିବାର ସମ୍ଭାବନ ଅଧିକ!ତେଣୁ କଥାରେ ଅଛି ଚାଷ ତରତର ବଣିଜ ମଠ | ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୩୦ ହଜାର ୨୦୬ ହେକ୍ଟର ଜମିରେ ଧାନ ରୁଆ ଓ ବୁଣା ସରିଥିବା ଜଣା ପଡିଛି | ଘଟଣାରୁ ପ୍ରକାଶ ଯେ ,ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ୭୮ ହଜାର ୨୫ ହେକ୍ଟର ଜମିରେ ଧାନ ଚାଷ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଉଚ୍ଚ କିସମ ଜମିରେ ୨୬ ହଜାର ୨୨୩ ହେକ୍ଟର,ମଧ୍ୟମ କିସମ ଜମିରେ ୨୯ ହଜାର୧୨ ହେକ୍ଟର,ନିମ୍ନ କିସମ ଜମିରେ ୨୨ ହଜାର ୭୯୦ ହେକ୍ଟର ଜମିରେ ଧାନ ଚାଷ କରାଯିବ | ଏଥି ପାଇଁ ୪୬୨୯ ହେକ୍ଚର ଜମିରେ ଧାନ ତଳି ପକାଇବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ବେଳେ ୨୬୧୩ ହେକ୍ଟର ଜମିରେ ଧାନ ତଳି ପକାଯାଇଛି | ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୮ ହଜାର ୩୦୦ କ୍ବିଣ୍ଟାଲ ଧାନ ବିହନ ବିକ୍ରୟ ଲାଗି ଲକ୍ଷ୍ଯ ଧାର୍ଯ୍ଯ ରଖା ଯାଇଥିବା ବେଳେ ବର୍ତ୍ତାମାନ ସୁଦ୍ଧା ୧୦ ହଜାର ୫୪୦ କ୍ବିଣ୍ଟାଲ ଧାନ ବିହନ ବିକ୍ରୟ କରାଯାଇଛି | ୨୦ କିଗ୍ରା ଧାନ ବସ୍ତା କୁ୩୯୦ଟଙ୍କାଓ ୪୫0ଟଙ୍କା ଧାର୍ଯ୍ଯ କରାଯାଇଛି | ମାଲକାନଗିରି ଜିଲ୍ଲାରେ ଧାଡି ରୁଆ ପାଇଁ ୯୫୦ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି | ହେକ୍ଟର ପ୍ରତି ୧୩୦୦ଟଙ୍କା ଚାଷୀଙ୍କୁ ସହାୟତା ରାଶି ଯୋଗାଇବାର ସରକାର ବ୍ୟବସ୍ଥା କରିଛନ୍ତି | ସବୁଜ ଖତ ପାଇଁ ୧୫୬ ହେକ୍ଟର ଜମିରେ ୩୦୦ ଜଣ ଚାଷୀଙ୍କୁ ମାଗଣାରେ ୨୫ କିଗ୍ରା ଲେଖାଏଁ ଧାନ ବିହନ ଯୋଗାଇ ଦିଆ ଯାଇଛି | ଚଳିତ ଖରିଫ ଋତୁ ପାଇଁ ପ୍ରଦର୍ଶନ କ୍ଷେତ୍ର ଧାନ ଓ ମାଣ୍ଡିଆ ପାଇଁ ଯୋଜନା ସ୍ଥିର କରାଯାଇଛି | ମାଣ୍ଡିଆ ୪୦ ହେକ୍ଟର ଓ ଧାନ ୬୫୦ ହେକ୍ଟର ଜମିରେ କରାଯିବ | ହେକ୍ଟର ପିଛା ମାଣ୍ଡିଆ ୧୦ କିଗ୍ରା ଓ ଧାନ ୫୦ କେଜି ମାଗଣାରେ ପ୍ରଦାନ କରାଯିବା ସହ ହେକ୍ଟର ପିଛା ୧୨୫୦ଟଙ୍କା ଲେଖାଏଁ ସହାୟତା ରାଶି ଚାଷୀମାନକୁ ଯୋଗାଇ ଦିଆ ଯିବ | ସେହି ପରି ଜୁନ ଶେଷ ସୁଦ୍ଧା ୪ ହଜାର ମେଟ୍ରିକ ଟନ ୟୁରିଆ ସାର ବିକ୍ରୟ ଲାଗି ମାଲକାନଗିରି ଜିଲ୍ଲାକୁ ଆସିଥିବା ଭାରପ୍ରାପ୍ତ ଉପକୃଷି ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି |
Related Stories
November 27, 2024
November 27, 2024