-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୧୫ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୮୩୬ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୧୧୨, ବାଲେଶ୍ୱର ଜିଲ୍ଲାରେ ୪୬୬, ବରଗଡ ଜିଲ୍ଲାରେ ୧୬୭, ଭଦ୍ରକ ଜିଲ୍ଲାରେ ୨୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୨୪୮. ବୌ ଦ୍ଧ ଜିଲ୍ଲାରେ ୪୫, କଟକ ଜିଲ୍ଲାରେ ୮୭୨, ଦେବଗଡ ଜିଲ୍ଲାରେ ୬୨, ଢେଙ୍କାନାଳ ଜିଲ୍ଲାରେ ୮୭. ଗଜପତି ଜିଲ୍ଲାରେ ୫୨୧, ଗଂଜାମ ଜିଲ୍ଲାରେ ୨୮୩୬, ଜଗତସିଂହପୁର ଜିଲ୍ଲାରେ ୩୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୬୬୪, ଝାରସୁଗୁଡା ଜିଲ୍ଲାରେ ୧୩୩, କଳାହାଣ୍ଡି ଜିଲ୍ଲାରେ ୭୯, କେନ୍ଦ୍ରାପଡା ଜିଲ୍ଲାରେ ୨୮୨, କେନ୍ଦୁଝର ଜିଲ୍ଲାରେ ୧୯୮, ଖୋର୍ଧା ଜିଲ୍ଲାରେ ୧୦୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୭୩, ମାଲକାନଗିରି ଜିଲ୍ଲାରେ ୧୧୫, ମୟୁରଭଂଜ ଜିଲ୍ଲାରେ ୨୯୧. ନବରଙ୍ଗପୁର ଜିଲ୍ଲାରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୧୧, ନୂଆପଡା ଜିଲ୍ଲାରେ ୮୬, ପୁରୀ ଜିଲ୍ଲାରେ ୩୨୨, ରାୟଗଡା ଜିଲ୍ଲାରେ ୧୩୯. ସମ୍ବଲପୁର ଜିଲ୍ଲାରେ ୧୦୫. ସୁବର୍ଣପୁର ଜିଲ୍ଲାରେ ୪୪ ଓ ସୁନ୍ଦରଗଡ ଜିଲ୍ଲାରେ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।