ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଓ ସତର୍କତାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଆଉଟ ଡୋର୍ ପେସେଟଂ ଡିପାର୍ଟମେଂଟ (ଓପିଡି)କୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଛି । ମେଡିକାର ପ୍ରବେଶ ପଥକୁ ମଧ୍ୟ ସିଲ୍ କରାଯାଇଛି । ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କେବଳ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ । କେବଳ ରେଫରାଲ୍ ଓ ଜରୁରୀକାଳୀନ ରୋଗୀ ଏହି ଡାକ୍ତରଖାନାକୁ ଆସିପାରିବେ । ମେଡିକାଲ ପରିସରରେ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ରୋଗୀ ସହ ଜଣେ ମାତ୍ର ଆଟେଣ୍ଡାଂଟ ରହିପାରିବ । ଏହି ନିର୍ଦ୍ଦେଶ ଜାରୀ କରିଛନ୍ତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ମେଡିକାଲ କଲେଜ ସୁପରିଟେଣ୍ଡେଂଟଙ୍କୁ ଏନେଇ ନିର୍ଦ୍ଦେଶ ଜାରୀ କରିଛନ୍ତି ଜିଲ୍ଲାପାଳ ।
Related Stories
November 27, 2024
November 27, 2024