ଭଦ୍ରକ – ପ୍ଲାଷ୍ଟିକ୍ ଅଣ୍ଡା ପରେ ଏବେ ପ୍ଲାଷ୍ଟିକ୍ ଅଟାକୁ ନେଇ ଆରମ୍ଭ ହୋଇଛି ଚଚ୍ର୍ଚା। ଭଦ୍ରକ ଗ୍ରାମାଳ ଥାନା ଅଧୀନସ୍ଥ ସରସତିଆ ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଅଭିେଯାଗରୁ ଏହା ପ୍ରମାଣିତ ହୋଇଛି। ପ୍ଲାଷ୍ଟିକ୍ ଅଣ୍ଡା ଓ ଚାଉଳ ପରେ ବଜାରରେ ପ୍ଲାଷ୍ଟିକ୍ ମିଶ୍ରଣ ଅଟା ବିକ୍ରି ହେଉଥିବାର ଏହି ଅଭିେଯାଗ ମିଳିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସରସତିଆ ଗାଁର ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ନାୟକଙ୍କ ଅଭିେଯାଗ କ୍ରମେ ଚାରିଦିନ ତଳେ ବଜାରରୁ ସେ ଏକ ନିଦ୍ର୍ଧିଷ୍ଟ କଂପାନୀର ଅଟା କିଣି ଘରକୁ ଫେରିଥିଲେ। ତେବେ ଅଟାରେ ପ୍ଲାଷ୍ଟିକ୍ ମିଶୁଥିବା ଖବର ଶୁଣିବା ପରେ ଗତକାଲି ରାତିରେ ସେ ଆଣିଥିବା ଅଟାରେ ପାଣି ମିଶାଇ ଚକଟିଥିଲେ। କିନ୍ତୁ ସବୁ ଅଟା ପାଣିରେ ମିଶିନଥିଲା। େଯଉଁ ଅଂଶ ପାଣିରେ ମିଶିନଥିଲା, ତାହା ରବର ଭଳି ଟାଣି ହୋଇଥିଲା ଓ ସେଥିରୁ ପ୍ଲାଷ୍ଟିକ୍ ଭଳି ଗନ୍ଧ ବାହାରୁଥିଲା। ଭାଗୀରଥି ନାୟକଙ୍କ କହିବା ଅନୁଯାୟୀ ଅଟାରେ ପ୍ଲାଷ୍ଟିକ୍ ମିଶାଯାଉଥିବା ନେଇ ସୋସିଆଲ ମିଡିଆ, ଖବର କାଗଜ ଓ ଟିଭିରେ ତାହା ଦେଖôବା ପରେ ସନ୍ଦେହରେ ଘରେ ଥିବା ଅଟାକୁ ଆଣି ଚକଟିିଥିଲେ। ଚକଟିବା ପରେ ପ୍ରାୟ ୬୦ ଭାଗ ପାଣିରେ ମିଶିଯାଇଥିଲେ ବି େଯଉଁ ୪୦ ଭାଗ ରହିଥିଲା, ତାହା ପାଣିରେ ନମିଶି ରବର ଭଳି ଟାଣି ହୋଇଯାଉଥିଲା। ତାକୁ ପୋଡିବାରୁ ଏକ ପ୍ରକାର ଗନ୍ଧ ବାହାରିଥିଲା। ଏଠାରେ ସୂଚନାେଯାଗ୍ୟ ଗତ ୧୪ ତାରିଖ ଦିନ ମାଲକାନାଗିରି ସଦର ମହକୁମାର ବସ୍ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଂଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି େଯଉଁ ୪ଟି ଅଣ୍ଡା କିଣିଥିଲେ, ଘରେ ଆସି ଭାଙ୍ଗିବା ପରେ କେଶର ଉପରେ ପ୍ଲାଷ୍ଟିକ୍ ସଦୃଶ ଆବରଣ ଦେଖôଥିଲେ। କେଶରକୁ ହାତରେ ଧରିବା ପରେ ବି ତାହା ଭାଙ୍ଗିନଥିଲା। ପରନ୍ତୁ ବଲ୍ ଭଳି ହାତରେ ଗଡିଥିଲା। ସେ ତା ଉପରେ ଥିବା ଆବରଣକୁ ପୋଡିବାରୁ ତାର ପ୍ଲାଷ୍ଟିକ୍ ଭଳି ଗନ୍ଧ ହୋଇଥିଲା। ଏଣୁ ଏଭଳି ଘଟଣାରେ ଭଦ୍ରକରେ ବହୁଲୋକ ପ୍ଲାଷ୍ଟିକ ଅଟାକୁ ନେଇ ଛାନିଆ ହୋଇପଡିଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Related Stories
November 25, 2024