ମାଲକାନଗିରି -ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହ ଠାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଗଣାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଥିଲେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଇଥିବା ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜିଠାରୁ ମୁଖ୍ୟ ଚିକିତ୍ସାଳୟ କୁ ସିଲ କରିଦିଆଯାଇଛି। ଜିଲ୍ଲାର ସମସ୍ତ ଉପଖଣ୍ଡ ଚକିତ୍ସାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି କି ସମସ୍ତେ ନିଜ ଡାକ୍ତର ଖାନାରେ ଯଥା ସମ୍ଭବ ରୋଗୀ ଙ୍କୁ ସେବା ଯୋଗାଈ ଦେବେ । ତେବେ କେବଳ ଜରୁରୀ କାଳୀନ ସେବା ଦେବା ପାଇଁ ଖୋଲା ରହିବ ସ୍ୱତନ୍ତ୍ର ଓପିଡ଼ି। ଅତ୍ୟନ୍ତ ଜରୁରୀ କାଳୀନ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଓପିଡ଼ି ଖୋଲା ରହିବା ସହ ଯେଉଁ ଡାକ୍ଟର ଏବଂ ସ୍ୱାସ୍ଥ୍ୟ କର୍ମୀ ସମ୍ପୃକ୍ତ କରୋନା ରୋଗୀଙ୍କ ନିକଟକୁ ଆସି ନାହାନ୍ତି ସେମାନେ କାର୍ଯ୍ୟ କରିବେ । ଏହାସହ ଯେଉଁ 40ଜଣ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ସମ୍ପୃକ୍ତ କରୋନା ରୋଗୀଙ୍କ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ସଙ୍ଘରୋଧରେ ରଖାଯାଇଛି । ଆଜି ଜିଲ୍ଲାରେ ତିନି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି !ଚିହ୍ନଟ ତିନି ଜଣ ମହିଳା ଅଟନ୍ତି !ସବୁ ସଂକ୍ରମିତ ଲୋକାଲ କେସ ! ଚିହ୍ନଟଙ୍କ ମଧ୍ୟରେ ଜଣେ ବାଲିମେଳା ଏନଏସି ଅଞ୍ଚଳର ଓ ଅଵ୍ୟ ଦୁଇଜଣ ମାଲକାନଗିରି ପୌର ପରିଷଦର ହୋଇ ଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନକୁ କଣ୍ଟେନମେଣ୍ଟ ଯୋନ ଭାବେ ଘୋଷଣା କରାଯାଇଛି । ଏହା ସହ ଜିଲ୍ଲାରେ କରୋନା ମୁକାବିଲା ନିମନ୍ତେ ବ୍ୟ!ପକ ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସମିଳନୀକକ୍ଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲୀପ ସାମନ୍ତରାୟ , ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର , ପି ଡି ଡି ଆର ଡି ଏ ବାଳ ମୁକୁନ୍ଦ ଭୂୟାଁ , ଏ ପି ଡି ଫାଇନାନ୍ସ ମାନସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ୧ ୫ କୁ ବୃଦ୍ଧି ପାଇଛି !
Related Stories
November 27, 2024
November 27, 2024