ମାଲକାନଗିରି-ଦେଶରେ କରେନା ମହାମାରୀ ଉଗ୍ର ରୋପ ନେଇସାରିଲାଣି ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟାବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଏଥିସହ କରୋନା ଭୁତାଣୁ ଠାରୁ ବର୍ତ୍ତିବା ପାଇଁ ସମାଜିକ ଦୂରତ୍ବ ମାସ୍କ ବ୍ୟବହାର ଏବଂ ଲୋକମାନେ ଗୋଟିଏ ସ୍ଥାନରେ ଜନଗହଳି ନକରିବାକୁ ସରକାର ବାରମ୍ବାର କହିଆସୁଥିବା ବେଳେ ଏ ନେଇ ମଧ୍ୟ କଡ଼ାକଡ଼ି ନିୟମ କରିଛନ୍ତି !ନିୟମ ଉଲଘନ କାରୀଙ୍କ ଉପରେ ମୋଟା ଅଙ୍କର ଜୋରିମାନା ସାଙ୍ଗକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଷ ରହିଛି ! କିନ୍ତୁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକର କେତେକ ସ୍ଥାନରେ ଲୋକମାନେ କରୋନାକୁ ନଡରି ସବୁ ନିୟମକାନୁନ କୁ ଫୁ କରି ଉଢ଼ାଇ ଦେଇଛନ୍ତି ମନଇଛା ବାହାରେ ବୁଲାବୁଲି କରିବା ସହ କ୍ରିକେଟ ଭଲିବଲ , ତାସ ଇତ୍ୟାଦି ଖେଳ ଚାଲିଥିବା ବେଳେ ଛୋଟ ଛୋଟ ପିଲାମାନଙ୍କୁ ନେଇ କୋଚିଂ ସେଣ୍ଟର କରିପାଠ ପଢାଇବା ଭଳି ଘଟଣା ଦେଖିବାକୁ ମିଳୁଛି !ତେବେ କାଲିମେଳା ଅଞ୍ଚଳ ରବିଭିନ୍ନ ସ୍ଥାନରେ କ୍ରିକେଟ ଏବଂ ଭଲିବଲ ଖେଳଚାଲିଥିବା ଖବର ପାଇଁ ଆଜି କାଲିମେଳା ତହସିଲଦାର ତଥା ବ୍ଲକ କୋଭିଡ଼ ୧୯ର ନୋଡାଲ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଏହି ସ୍ଥାନ ଉପରେ ଚଢାଉ କରି ବହୁ କ୍ରିକେଟ ବେଟବଲ , ଭଲିବଲ ନେଟ ଇତ୍ୟାଦି ଜବତ କରିଛନ୍ତି । ବ୍ଲକ ଅନ୍ତର୍ଗତ ଏମପିଭି – ୨୩ , ଏମଭି – ୬ ୬ , ଆଦିବାସୀ କଲୋନୀ ଏବଂ କାଲିମେଳା ଆଦି ଅଞ୍ଚଳରେ ଏହି ଚଢାଉ କରାଯାଇଥିବା ଜଣାପଡିଛି ।ଏଥିସହ ଘରୋଇ ଟିଉସନ ଚାଲୁଥିବା ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଏ ନେଇ ତହସିଲଦାର ସୁଚନା ଦେଇ କହିଛନ୍ତି ଯେ ବାରମ୍ବାର କହିବାପରେବି ଲୋକମାନେ ନିୟମ ମାନୁନାହାନ୍ତି । ଏପରି ଆଗକୁ ଚଢାଉ ଜାରିରହିବ ଚଳିତ ବର୍ଷ ବୋଲବମ କାଉଡିଆକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଔଷଧ ଦୋକାନ ବ୍ୟତିତ ସମସ୍ତ ଦୋକାନ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ କୁହାଯାଇଛି ।ସାମାଜିକଦୂରତା କୁ ଯାଞ୍ଚ କରାଯାଉଛି ଏହାର ଖିଲାପ କଲେ ବ୍ୟବସାୟୀ ଅନୁଷ୍ଠାନ ମାନେ ଦଣ୍ଡିତ ହେବା ସହ ବିପର୍ଯ୍ୟୟ ଆଇନ ଧାରା ୫୧ ରୁ ୬୦ ଧାରା ଲାଗୁ କରାଯିବ । ଏହି ସମୟରେ ଥାନା ଏଏସଆଇ ମହେଶ୍ଵର ବୁଡବାଡ଼ି ଙ୍କ ସହ ଆରଆଇ ଜୟ କୁମାର ସାହୁ , ଦିବ୍ୟସିଂ ପାଇକରାୟ ଉପସ୍ଥିତ ରହିଥିଲେ ।
Related Stories
November 27, 2024
November 27, 2024