କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୭/୦୭ /୨୦୨୦,ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ଶ୍ରୀ ବିଷ୍ଣୁ ଦାସଙ୍କ ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପର୍ଣ୍ଣ ହୋଇଛି । ତାଙ୍କ ପୁତ୍ର ଶ୍ରୀ ବିଜୟ ଶଙ୍କର ଦାସ ମୁଖାଗ୍ନି ଦେଇଥିଲେ । ଶ୍ରୀ ଦାସ ଗତକାଲି ଇହଲୀଳା ସମ୍ବରଣ କରିଥିଲେ । ଏହି ଅବସରରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ରାଜ୍ୟ ମହିଳା କମିଶନ ମୁଖ୍ୟ ଶ୍ରୀମତୀ ମିନତୀ ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ ବିଧାୟକ ଶ୍ରୀ ରବିନ୍ଦ୍ରନାଥ ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ ଚନ୍ଦ୍ର ସ୍ବାଇଁ, ସ୍ବର୍ଗତ ଦାସଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ନିରଞ୍ଜନ ସେଠୀ,ପୁରୀ ଜିଲ୍ଲା ଜିବନ ବିନ୍ଦୁ କାର୍ଯ୍ୟକ୍ରମ ର ସଂଯୋଜକ ସୁଭାଷିସ ଖୁଣ୍ଟିଆ ପ୍ରମୁଖ ଦିବଂଗତ ଆତ୍ମାପ୍ରତି ଶେଷ ସମ୍ମାନ ଜଣାଇଥିଲେ। ଏହି ଅବସରରେ ସ୍ବର୍ଗତ ଦାସଙ୍କ ସାନ ଭାଇ ଶ୍ରୀ ମାନସ ରଞ୍ଜନ ଦାସ, ଭଣଜା ଜ୍ବାଇଁ ଶ୍ରୀ ମନୋଜ ଭୋଇ, ଭଣଜା ଶ୍ରୀ ସନ୍ତୋଷ ଦାସ, ପୁତୁରା ଶ୍ରୀ ଦିଲ୍ଲିପ ଦାସ, ଶ୍ରୀ ସୁଜିତ ଦାସ, ଶ୍ରୀ ଦୁର୍ଗାମାଧବ ଦାସ, ଆତ୍ମୀୟ ସ୍ବଜନ, ବିଶିଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।କରୋନା କଟକଣା ମଧ୍ୟରେ ଶୋକାକୁଳ ପରିବେଶରେ ଅନୁଷ୍ଠିତ ହୋଇଥିଲା ବହୁଳ ମାତ୍ରାରେ ଶୁଭେଛୁ, ଆତ୍ମୀୟ ସ୍ବଜନ ଶେଷ ଦର୍ଶନ କରିଥିଲେ |