ବ୍ରହ୍ମପୁର:କିଲର କରୋନା କୁ ନିଜ ଅଞ୍ଚଳରେ ପୁରାଇନଦେବା ଉଦ୍ଦେଶ୍ୟରେ ସରପଞ୍ଚ ଙ୍କ ପକ୍ଷରୁ ପଦକ୍ଷେପ ସ୍ବରୂପ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏନେଇ ମଂଗଳବାର ଦିନ ରଗେଂଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ପଞ୍ଚାୟତ ସରପଞ୍ଚ ଏସ ମେନେକା ରେଡ୍ଡୀ ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରିବା ସହ ମାଇକଯୋଗେ ପଞ୍ଚାୟତ ଅଧିନସ୍ଥ କରାପଲ୍ଲୀ, ବିଶ୍ବନାଥ ପୁର,ବିକ୍ରମ ପୁର ଗ୍ରାମରେ ପ୍ରଚାର କରାଯାଇଛି। ସରପଞ୍ଚ ଶ୍ରୀମତି ମେନେକା ଙ୍କ ସୂଚନା ମୁତାବକ କରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କରାପଲ୍ଲୀ ଏକ ପନିପରିବା ବିକ୍ରି ବଜାର ହୋଇଥିବା ବେଳେ ଆଖପାଖ ଅଞ୍ଚଳର ଦୈନିକ ଶହଶହ ଲୋକ ଏଠାକୁ ପରିବା ସହ ଅନ୍ୟାନ୍ୟ ସାମଗ୍ରୀ କିଣିବା ସହ ବିକ୍ରି କରିବାକୁ ଆସୁଥିବାରୁ ଏଠାରେ ଭିଡ଼ ଜନ୍ମିଥାଏ, ଏଣୁ ଏପରି ସ୍ଥିତିରେ ଏଠାରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିବା ସହ ଏହି ଅଞ୍ଚଳର ପରିବା ଚାଷୀମାନେ ସେମାନଙ୍କ ଆଦାୟ ପନିପରିବା ବିକ୍ରି ନିମନ୍ତେ ବ୍ରହ୍ମପୁର ସହରକୁ ଯାଅଆସ କରୁଛନ୍ତି। ଏଣୁ ଏ ସବୁ କୁ ଦୃଷ୍ଟିରେ ରଖି ଅଞ୍ଚଳ ବାସୀ ଙ୍କୁ ସଂକ୍ରମିତ ହେବାରୁ ସୁରକ୍ଷା ଦେବା ନିମନ୍ତେ ଗାଁ ଲୋକଙ୍କ ମତାମତ କୁ ନେଇ ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିବା ସୂଚନା ଦେଇଛନ୍ତି।ଏହା ସହ ପଞ୍ଚାୟତ ର ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରାଯିବା ସହ ଯେଉଁ ମାନେ ଏହାର ଖିଲାପ କରିବେ ସେମାନଙ୍କ ଠାରୁ ପଞ୍ଚାୟତ ପକ୍ଷରୁ ଗଠିତ ଏକ କମିଟି ସଦସ୍ୟ ମାନଙ୍କୁ ପକ୍ଷରୁ ଫାଇନ ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ସଟଡାଉନ ସମୟରେ ସାହି ସାହି ରେ ଠେଲାଗାଡି ରେ ଲୋକଙ୍କୁ ପନିପରିବା ଯୋଗାଇ ଦେବାକୁ ସ୍ଥିର କରାଯାଇଥିବା ଶ୍ରୀମତି ରେଡ୍ଡୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ଏହି ପଞ୍ଚାୟତ ରେ କୈାଣସି କରୋନା ପଜିଟିଭ ଚିହ୍ନଟ ହୋଇନାହିଁ, କିନ୍ତୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇନାହିଁ।