-
୨୬ଅଧିକାରୀ ଓ କର୍ମଚାରୀଙ୍କ ଆକ୍ରାନ୍ତ, ୧୮ ସୁସ୍ଥ
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲାରେ କୋଭିଡ୍ ଯୋଦ୍ଧା ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ୨୬ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏଥିମଧ୍ୟରେ ଜଣେ ସବ୍ଇନ୍ସିପେକ୍ଟର ରହିଛନ୍ତି । ତେବେ ମିଳିଥିବା ଏକ ଖୁସି ଖବର ଅନୁସାରେ ୨୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇ ନିଜ ଘରକୁ ଆସି ଗୃହ ସଙ୍ଗରୋଧରେ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ପ୍ରକାରେ, ଗତ ୨୬ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇଥିବା ଗୋପାଳପୁର ଥାନାର ୫ କନେଷ୍ଟବଳ, ସଦର ଥାନାର ୮ଜଣେ ଓ ଗୋଳନ୍ଥରା ଥାନାର କିଛି ଆକ୍ରାନ୍ତ ସୁସ୍ଥ ହୋଇ ନିଜ ଘରକୁ ଆସି ଗୃହ ସଙ୍ଗରୋଧରେ ରହିଥିବା ସୂଚନା ମିଳିଛି । ତେବେ ଜିଲ୍ଲା ପୋଲିସର କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନେ ସୁସ୍ଥ ହୋଇ ଘରକୁ ଫେରିବା ସୂଚନା ଜିଲ୍ଲା ପୋଲିସର ମନବଳକୁ ଦୃଢ଼ କରିଥିବା କୁହାଯାଉଛି । ଆଉ ୮ଜଣ ପୋଲିସ କର୍ମଚାରୀ ଚିକିତ୍ସିତ ହେଉଛନ୍ତି ଓ ସେମାନେ ମଧ୍ୟ ସୁସ୍ଥ ଅଛନ୍ତି । ଖୁବ୍ଶୀଘ୍ର ସେମାନେ ସୁସ୍ଥ ହୋଇ ଫେରିବେ ବୋଲି ଜଣାପଡିଛି ।