ନୂଆଦିଲ୍ଲୀ-ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ, କୋଭିଡ ପରୀକ୍ଷଣ ସଂଖ୍ୟା 10 ମିଲିୟନ (1 କୋଟି) ମାଇଲଖୁଣ୍ଟ ଅତିକ୍ରମ କରିଛି ।
ବ୍ୟାପକ ପରୀକ୍ଷଣ ତଥା କେନ୍ଦ୍ର ଓ ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ସହିତ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ସଫଳତାକୁ ଏହା ଦର୍ଶାଉଛି ।
ଗତ 24 ଘଣ୍ଟା ମଧ୍ୟରେ 3,46,459 ନମୁନା ପରୀକ୍ଷା କରାଯାଇଛି । ପରୀକ୍ଷିତ ନମୁନାଗୁଡ଼ିକର ସମୁଦାୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା 1,01,35,525 ।
ସମଗ୍ର ଦେଶରେ ନମୁନା ପରୀକ୍ଷାଗାର କ୍ରମାଗତ ଭାବରେ ବୃଦ୍ଧି ପାଇବା ଦ୍ଵାରା ଏହି ସଫଳତା ସମ୍ଭବ ହୋଇଛି । ଆଜି ପର୍ଯ୍ୟନ୍ତ, 1105ରୁ ଅଧିକ ପରୀକ୍ଷାଗାର ଲୋକଙ୍କୁ କରୋନା ପରୀକ୍ଷା କରିବାରେ ସକ୍ଷମ ହୋଇଛି । ସରକାରୀ ଭାବେ 788ଟି ପରୀକ୍ଷାଗାର ଥିବା ବେଳେ ବେସରକାରୀ ଭାବେ 317ଟି ରହିଛି ।
ଭାରତ ସରକାରଙ୍କ ଦ୍ଵାରା କୋଭିଡ-19ର ଧାରଣ ଏବଂ ପରିଚାଳନା ତଥା କ୍ରମାଗତ ପ୍ରୟାସ ଯୋଗୁଁ କରୋନା ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ଆଜିସୁଦ୍ଧା 4,24,432କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ ସମୁଦାୟ 15,350 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ସକ୍ରିୟ ରୋଗୀଙ୍କ ସଂଖ୍ୟା ଅପେକ୍ଷା ସୁସ୍ଥ ରୋଗୀଙ୍କ ସଂଖ୍ୟା 1,71,145 ଅଧିକ । ଏହା ଜାତୀୟ ଆରୋଗ୍ୟ ହାରକୁ 60.86%ରେ ପହଞ୍ଚାଇଛି ।
ବର୍ତ୍ତମାନ 2,53,287 ସକ୍ରିୟ ମାମଲା ରହିଥିବା ବେଳେ ସମସ୍ତେ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି ।
କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ ।