କେନ୍ଦ୍ରାପଡ଼ା – ସ୍ୱଚ୍ଛତା ଅଭାବରୁ ସମାଜରେ ହୋଇଥିବା ପ୍ରଦ୍ୟୁଷଣ ଜନିତ ସମସ୍ୟାରେ ମନୁଷ୍ୟ, ପଶୁପକ୍ଷୀ, ଜଳଜୀବ ଆକ୍ରାନ୍ତ ହେଉଛନ୍ତି । ମନୁଷ୍ୟର ଆୟୁଷ ୬୦ ବର୍ଷ ହୋଇଯାଇଥିବାବେଳେ ପ୍ଲାଷ୍ଟିକ୍ର ଆୟୁଷ ୫ ବର୍ଷ ହୋଇଛି । ଗତ ୫ ବର୍ଷ ପୂର୍ବେ ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଜୟନ୍ତିରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ସଠିକ୍ ଭାବେ ପରିଚାଳିତ କଲେ ଆମେ ଓ ଆମ ଭବିଷ୍ୟତ ପିଢି ଏହି ବିପଦରୁ ରକ୍ଷା ପାଇପାରିବା ବୋଲି ଆଇ.ଆଇ.ଟି.ଏମ୍ ର ପ୍ରଫେସର ପି. ସୁଜାନ୍ କେନ୍ଦ୍ର ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁÂିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ସଂଯୋଜକ ରବି ପଟ୍ଟନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବାବେଳେ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ପ୍ରଫେସର ମନୋଜ କୁମାର ମିଶ୍ର, ପ୍ରାଧ୍ୟାପକ ତପନ କୁମାର ପତି, ଡଃ. ଅନ୍ନପୂର୍ଣ୍ଣା ସୁଆର, ପୂର୍ବାସା ପ୍ରିୟଦର୍ଶନୀଙ୍କ ସମେତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପୂଣ୍ଣ୍ୟଶ୍ଲୋକ ସେନାପତି, ସରୋଜିନୀ ଦାସ, ପ୍ରତିକ୍ ଉପାଧ୍ୟାୟ, ବରଦା ପ୍ରସନ୍ନ ମହାନ୍ତି, ଅଭିଷେକ ମେକାପ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Related Stories
November 25, 2024