ଭୁବନେଶ୍ୱର – ପୂର୍ବତନ ମନ୍ତ୍ରୀ, ସାଂସଦ ଓ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଗଭୀର ଶୋକପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ସ୍ୱର୍ଗତ ଦାସଙ୍କ ରାଜନୈତିକ ଜୀବନ, ଲୋକପି୍ରୟତା ଓ ସମାଜସେବାକୁ ଜଗତସିଂହପୁର ଜିଲ୍ଲା ତଥା ସମଗ୍ର ରାଜ୍ୟବାସୀ କେବେ ବି ଭୁଲି ପାରିବେ ନାହିଁ । ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ଶ୍ରୀ ଦାଶ ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।