କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୭/୦୭ /୨୦୨୦, ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ବଳବନ୍ତ ସିଂ ଙ୍କ ଅଧ୍ୟକ୍ଷତା ରେ ପୁରୀ ସହର ରେ କୋବିଡ଼ -୧୯ ପରିଚାଳନା ସମ୍ବନ୍ଧରେ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଆଗାମୀ ଦିନ ମାନଙ୍କ ରେ ନେବାକୁ ଥିବା ପ୍ରଶାସନିକ କାର୍ଯ୍ୟ ଖସଡ଼ା ସମ୍ବନ୍ଧରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକ ରେ ବରିଷ୍ଠ ରାଜନେତା ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଏବଂ ପୁରୀ ର ମାନ୍ୟବର ବିଧାୟକ ଶ୍ରୀ ଜୟନ୍ତ ଷଡ଼ଙ୍ଗୀ ଙ୍କ ସମେତ ବିଭିନ୍ନ ଦଳ ର ପ୍ରତିନିଧି ମାନେ ଓ ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ I ସର୍ବ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାଶ ପାୱାର ପୋଇଁଟ ମାଧ୍ୟମ ରେ ଏଯାବତ କୋଭିଡ ୧୯ ପରିଚାଳନା ପରିପ୍ରେକ୍ଷୀରେ ନିଆ ଯାଇ ଥିବା ବିଭିନ୍ନ ପଦକ୍ଷେପ ଏବଂ ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ I ସହର ର ସମସ୍ତ ୩୨ ଟି ୱାର୍ଡ ରେ wcmc ଗଠନ ହୋଇଥିବା ଏବଂ ଏଥିରେ ANM /ସ୍ୱାସ୍ଥ୍ୟ ସହାୟିକା ଙ୍କ ନେତୃତ୍ୱ୍ୱ ରେ ଆଶା କର୍ମୀ ,ସ୍ଵଛସାଥୀ ଏବଂ MAS /SHG ର ସଦସ୍ୟା ମାନେ ଅଛନ୍ତି I ୪୦୦ ଜଣ ଙ୍କୁ active surveillance ପାଇଁ ତାଲିମ ଦିଆ ଯାଇଥିଲା I ରଥଯାତ୍ରା ପୂର୍ବ ରୁ ୩୨ଗୋଟି ସ୍ୱତନ୍ତ୍ର ସର୍ଭେ ଟିମ ୨୫୯୦ ସେବାୟତ ଙ୍କ ଗୃହ ପରିଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସମସ୍ତ ଙ୍କୁ ମାସ୍କ ଏବଂ sanitiser ଯୋଗାଇ ଦିଆ ଯାଇଥିଲା I ରଥ ଯାତ୍ରା ସମୟ ରେ ବଡଦାଣ୍ଡ ଏବଂ ପାଖା ପାଖି ସାହି କୁ sanitise କରିବା ସହ ଦ୍ଵିତୀୟ ପର୍ଯ୍ୟାୟ ରେ ସେବାୟତ ମାନଙ୍କ କୋଭିଡ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା I ଏଥିସହ ବିଭିନ୍ନ ସରକାରୀ ବିଭାଗୀୟ କର୍ମଚାରୀ ଙ୍କ ମଧ୍ୟ୍ୟ କୋଭିଡ ପରୀକ୍ଷା କରାଯାଇଥିଲା I ରଥ ଯାତ୍ରା ପରେ ୫ ଟି ENFORCEMENT SQUAD ଗଠନ କରାଯାଇ ୧୮୫୭ ଜଣ ନିୟମ ଉଲଂଘନ କାରୀ ଙ୍କ ଠାରୁ ବର୍ତ୍ତମାନ ସୁଧା ୩୯୩୧୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି I ଜୁଲାଇ ୧୦ ତାରିଖ ରୁ ୧୪ ତାରିଖ ମଧ୍ୟ ରେ ସେବାୟତ ମାନଙ୍କ ତୃତୀୟ ପର୍ଯ୍ୟାୟ ସ୍ୱାବ ଟେଷ୍ଟ କରା ଯିବ I ୧୫ ଜୁଲାଇ ଠାରୁ Antibody status ଜାଣିବା ପାଇଁ serology ଟେଷ୍ଟ କରାଯିବ I ପୁରୀ ସହର ରେ ଅଦ୍ୟାବଧି ୮୧୧୨ ଜଣ ଙ୍କ କୋଭିଡ ଟେଷ୍ଟ କରାଯାଇଛି ଏବଂ ସେ ମଧ୍ୟରୁ ୨୩ ଜଣ ଙ୍କ ପୋଜିଟିଭ ରିପୋର୍ଟ ଆସିଛି I ପୁରୀ ର ମୋଟ ୯ ଟି ଅଂଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି I ୨୨୮ ଜଣ ଙ୍କ ରିପୋର୍ଟ ଆସିବା ବାକି ଅଛି I
ଜିଲାପାଳ ଆଗାମୀ ଦିନ ମାନଙ୍କରେ ପୁରୀ ସହର ରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ଏବଂ ଏଥିସହ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ସୂଚନା ଦେଇ ଉପସ୍ଥିତ ଜନ ପ୍ରତିନିଧି ଏବଂ ରାଜନୈତିକ ନେତୃବୃନ୍ଦ ଙ୍କ ସହଯୋଗ ଓ ଦିଗଦର୍ଶନ କାମନା କରିଥିଲେ I କରୋନା ରେ ମୃତ୍ଯୁ ବରଣ କରିଥିବା ବ୍ୟକ୍ତି ଙ୍କ ଶେଷ କୃତ୍ୟ ଷ୍ଟେର୍ଲିଙ୍ଗ ରିସର୍ଟ ପାଖ ନଈ ଅପର ପକ୍ଷ ରେ ଥିବା ସ୍ମଶାନ ଘାଟ ରେ ସମ୍ପନ୍ନ କରାଯିବା ପାଇଁ ସ୍ଥିର କରାଯାଇ ଥିଲା I ଏଥି ସହ ଶ୍ୱେତ ଗଙ୍ଗା ପୁଷ୍କରଣୀ ରେ ଶୁଦ୍ଧି କ୍ରିୟା ସ୍ନାନ ଆଦି ବର୍ତମାନ ପାଇଁ ବନ୍ଦ କରିବା ପାଇଁ ମତ ପ୍ରକାଶ କରାଯାଇଥିଲା I ଉପସ୍ଥିତ ସମସ୍ତେ ଆଲୋଚନା ରେ ସକାରାତ୍ମକ ଅଂଶ କରିବା ସମସ୍ତ ନିଷ୍ପତି ରେ ସହମତି ପ୍ରକାଶ କରିଥିଲେ I ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ବିଜୟ ଦାଶ ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ଉପସ୍ଥିତ ଥିଲେ I
Related Stories
November 22, 2024