କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ସେସୁ ମିଟର ରିଡି ଓ ବିଲ କଲେକ୍ସନ କର୍ମଚାରୀ ସଂଘ, ପୁରୀ (EEFI) ତରଫରୁ ଦିବା ୧୧ ଘଟିକା ସମୟରେ ୫ ଦଫା ଦାବି ନେଇ ସେସୁ /TPCOdl
କାର୍ଯ୍ୟନିର୍ବାହୀ ଅଧୁକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦାନ କରାଯାଇଥିଲା । ୫୦ ଜଣ କର୍ମଚାରୀ କୋଭିଡ -୧୯ ନିୟମ ପାଳନ କରି ଉକ୍ତ ଧାରଣା କାର୍ଯ୍ୟକ୍ରମ କରିଥିଲେ । ଫନି
ମହାବାତ୍ୟାରେ କାମ କରୁଥିବା କର୍ମଚାରୀଙ୍କର ମୁଖ୍ୟ ମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଦରମା ପ୍ରଦାନ,EPF ଟଙ୍କା ଦାଖଲ କରିବା କର୍ମଚାରୀଙ୍କର ତେଲ, ବୋନସ ଓ incentive ପ୍ରଦାନ କରିବା ସହିତ ୫୦୦ କର୍ମଚାରୀଙ୍କର ୫ ମାସରୁ ୮ ମାସ ଧରି ଦରମା ବାକି ରହିଥିବା ବେଳେ FEDCO,NEPL, EMPERIAL, 2 coms, Randstad ଆଦି କମ୍ପାନୀ ମାନେ ବିଦ୍ୟୁତ କର୍ମଚାରୀଙ୍କର ପ୍ରାପ୍ୟ ପ୍ରଦାନ ନକରି ଗତ ଜୁନ ମାସରେ ଛଟେଇ ନୋଟିସ ପ୍ରଦାନ କରିଛନ୍ତି ।ଉପରୋକ୍ତ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା ଦାବିରେ ତଥା ୧୦ ବର୍ଷରୁ ୧୨ ବର୍ଷ ଧରି ବିଦ୍ୟୁତ ବିଭାଗରେ କାମ କରୁଥିବା ଏହି କର୍ମଚାରୀ ମାନଙ୍କର ଭବିଷ୍ୟତ ଅନ୍ଧାର ହୋଇଯାଇଥିବାରୁ କର୍ମଚାରୀ ମାନଙ୍କୁ ପୁନଃ ନିଯୁକ୍ତି ଦାବି କରି ସଂଘ ଉପସଭାପତି ତଥା CITU ନେତା Advocate ଶ୍ରୀକାନ୍ତ ପରିଜା ସଂଘ ସମ୍ପାଦକ ନୃସିଂହ ଚରଣ ଦାସ, ଏସ.କେ. ଅକାଦ, ଦୁଃଶାସନ ସାହୁ, ସନ୍ତୋଷ କୁମାର ମିଶ୍ର, ସୁଶାନ୍ତ ମିଶ୍ର, ସନାତନ ଦାଶ, ସୂର୍ଯ୍ୟକାନ୍ତ ଦାଶ, ଶରତଚନ୍ଦ୍ର ଦାଶ,କିଶୋର ନାୟକ, ସତ୍ୟନାରାୟଣ ମହାରଣା, ପ୍ରଭାକର ମହାରଣାଙ୍କ ନେତୃତ୍ବରେ ଧାରଣା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେସୁ କଥା TPCODL କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀଯୁକ୍ତ ଶିବପ୍ରସାଦ ସ୍ୱାଇଁ ଓ ଜିଲ୍ଲା ଶ୍ରମ ଅଧୁକାରୀ ଶ୍ରୀଯୁକ୍ତ ପି.କେ.ପାଣି ଙ୍କ ତତ୍ୱାବଧାନରେ କର୍ମଚାରୀ ନେତାମାନଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଉଭୟ ଅଧିକାରୀ ଧାରଣା ସ୍ଥଳକୁ ଆସି ସମସ୍ତ
କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ପ୍ରତିଶୃତି ଦେବା ସହ ଖୁବ କମ ଦିନ ମଧ୍ୟରେ ଘରୋଇ କମ୍ପାନୀ ମାନଙ୍କ ଉପରେଥିବା କର୍ମଚାରୀ ମାନଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରାଯିବ
ବୋଲି ପ୍ରତିଶୃତି ଦେଇଥିଲେ । କୌଣସି ଗୋଟିଏ ହେଲେ ଶ୍ରମିକ ଛଟେଇ କରାଯିବ ନାହିଁ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ ଏବଂ ଆସନ୍ତା କାଲି ତା ୦୭.୦୭.୨୦୨୦ରିଖ ଦିନ ଦିବା ୧୧
ଘଟିକା ସମୟରେ ନୂତନ କମ୍ପାନୀ ଓ ସମସ୍ତ ଅଧୁକାରୀ ମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ। ବୈଠକରେ ସମସ୍ତ କଥା ସମାଧାନ କରାଯିବ ବୋଲି ସ୍ଥିର କରାଯାଇଛି । ଉପରୋକ୍ତ ପ୍ରତିଶୃତି ପରେ ଆଜିର ଧାରଣାକୁ ସାମୁହିକ ଭାବେ ସ୍ଥଗିତ କରାଯାଇଛି |ଏହି ସୂଚନା ସେସୁ ମିଟର ରିଡି ଓ ବିଲ କଲେକ୍ସନ କର୍ମଚାରୀ ସଂଘର ଜେନେରାଲ ସେକ୍ରେଟାରୀ ନୃସିଂହ ଚରଣ ଦାସ ସୂଚନା ଦେଇଛନ୍ତି |
Related Stories
November 22, 2024