କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୬/୦୭ /୨୦୨୦,ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଶନିବାର ଦିନ ଟିଭି ପତ୍ରକାରଙ୍କୁ କହିଥିଲେ ଯେ ପୁରୀରେ କରୋନାରେ ସଂକ୍ରମିତ ବ୍ୟକ୍ତି ବଢ଼ୁଛନ୍ତି | ସେଥିପାଇଁ ପୁରୀଜିଲ୍ଲା ରେ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଓ ଶନିବାର ସଟଡାଉନ କରାଯିବା ସହିତ ମାସ୍କ ନ ପିନ୍ଧିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଫାଇନ କଟାଯିବ ଏବଂ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ |
ଏହି ନିୟମକୁ କଡାକଡି ଲାଗୁକରିବା ପାଇଁ ଜିଲ୍ଲାରେ ପାଞ୍ଚୋଟି ଟିମ ଗଠନ କରାଯାଇଛି ବୋଲି ସୂଚନା ଦେଇଥିଲେ | ଜିଲ୍ଲାପାଳଙ୍କ କହିବା ଅନୁସାରେ ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ବଡ଼ଶଙ୍ଖ ଠାରେ ଏବଂ (ସମଗ୍ର ସହର ରେ ) ଡାକ ବାଜି ଯନ୍ତ୍ର ମାଧ୍ୟମ ରେ ମାସ୍କ ପିନ୍ଧିବା ଏବଂ ସାମଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତ ପୂରୀ ବାସୀଙ୍କୁ ସଚେତନ କରାଯିବା ସହ ମରିଚିକୋଟ ଛକ ଏବଂ ଡାକ୍ତରଖାନା, ପେଟ୍ରୋଲ ପମ୍ପ ଛକ ଓ ବଡଦାଣ୍ଡ ର ବିଭିନ୍ନ ଛକ ରେ ଟିମ ଦ୍ୱାରା ମାସ୍କ ଯାଞ୍ଚ କରାଯାଇଛି |