କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୬/୦୭ /୨୦୨୦,ପୁରୀ ସଦର ଅଞ୍ଚଳରୁ କିଛିଦିନ ହେବ ରେଗୁଲାର ଗୋରୁ ଚୋରା ଚାଲାଣ ରାକେଟ ଚାଲିଥିଲା |ପୁରୀ ସହରର ବଡ ପାଇକାସାହିର କିଛି ଯୁବକମାନେ ଗତକାଲି ରାତିରେ ଚୋରା ଚାଲାଣ କରାଯାଉଥିବା ଗୋରୁ ବୋଝେଇ ୩ ଟି ଟାଟା ଏସିଇ ଗାଡି ସନ୍ଦେହ ହେବାରୁ ଅଟକ ରଖିଥିଲେ | ଗାଡି ଅଟକ ରଖିବା ପରେ ସଦର ଥାନାରେ ଖବର କରିଥିଲେ |ପୋଲିସ ଗାଡି ଜବତ କରିବା ସହିତ ୧୪ ଟି ଗାଈ ଉଦ୍ଧାର କରିଥିଲା | ପୋଲିସ ଅଟକ ରଖି ସେମାନଙ୍କୁ ପଚରା ଉଚରା କରିବାପରେ ଜଣାପଡିଛି ଯେ ସେମାନେ ସମସ୍ତେ ନିମାପଡା ଅଞ୍ଚଳର| ତାଙ୍କ ମଧ୍ୟରୁ ୨ ଜଣ ମୁସଲିମ୍ ଏବଂ ଅନ୍ୟ ଜଣେ ହିନ୍ଦୁ ବୋଲି ଜଣାପଡିଛି|ପୋଲିସର ତଦନ୍ତରେ ସେମାନଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା ଏବଂ ଗାଈ ମାନଙ୍କୁ ଘରୋଇ ଗାଈ ବୋଲି କହିଥିବାରୁ ସନ୍ଦେହ ବଢିଥିଲା |
ଏହି ଚୋରା ଚାଲାଣ ସମ୍ପୃକ୍ତ ଥିବା ଅଟକ ତିନୋଟି ଗାଡିର ର ନମ୍ବର ଗୁଡିକ ହେଲା, ଓଡି୦୨ ବିବି ୬୭୧୪, ଓଡି୦୨ ଏଏ ୮୬୬୭ ଏବଂ ଓଡି୦୨ ଏଏନ ୯୪୬୩
ସୂଚନା ଅନୁସାରେ ଚଳିତ ଵର୍ଷ ରଥଯାତ୍ରା ସୁଚାର ରୂପରେ କରିବାପାଇଁ ପ୍ରଶାସନ ତରଫରୁ ସହରରେ ବୁଲୁଥିବା ଗାଈ ମାନଙ୍କୁ ପୁରୀ ମୁନିସିପାଲିଟି ନେଇ ବଗଳା ଧର୍ମଶାଳାରେ ରଖିଥିଲେ |ରଥଯାତ୍ରା ସରିବାପରେ ସେମାନଙ୍କୁ ଛାଡିଦେବା ପରେ କିଛି ସ୍ଥାନୀୟ ଦୃବୁତ୍ତଙ୍କ ସହାୟତାରେ ଏହି ଗାଈ ମାନଙ୍କୁ ପୁରୀ କଲେଜ ଛକ ନିକଟରୁ ଚୋରି କରି ନେଇ କଲିକତା ପଠାଉ ଥିଲେ |ପୁରୀରେ କୋଭିଡ କଟକଣା ଓ ଲକଡାଉନ ସମୟରେ ଏଭଳି ବିନା ଭୟରେ ଗୋରୁ ଚାଲାଣ ପ୍ରଶାସନର ସୁରକ୍ଷା ଉପରେ ସନ୍ଦେହ ସୃଷ୍ଟି କରିଛି |
Related Stories
November 22, 2024