ନୂଆଦିଲ୍ଲୀ– ମହାମାରୀ କରୋନା କାରଣକୁ ସମଗ୍ର ପୃଥିବୀରେ ସୋମବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧ କୋଟି ୧୫ ଲକ୍ଷ ୪୯ ହଜାର ୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୬ ହଜାର ୪୪୧ ଜଣ ଜୀବନ ହରାଇଛନ୍ତି । କିନ୍ତୁ ଖୁସିର କଥା ଯେ, କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏଯାଏଁ ୬୫ ଲକ୍ଷ ୨୭ ହଜାର ୧୦୨ ଜଣ ସୁସ୍ଥ ହୋଇସାରିଛନ୍ତି । ୪୪ ଲକ୍ଷ ୮୫ ହଜାର ୮୮୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ଗୁରୁତର ରୋଗୀ ହେଉଛନ୍ତି ୫୮ ହଜାର ୫୦୯ ଜଣ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୯ ଲକ୍ଷ ୮୧ ହଜାର ୮୧୫ରେ ପହଞ୍ଚିଛି । ଏଥିରୁ ୧ ଲକ୍ଷ ୩୨ ହଜାର ୫୬୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଲକ୍ଷ ୮୫ ହଜାର ୫୫୯ ଜଣ ସୁସ୍ଥ ହୋଇସାରିଛନ୍ତି । ଅପରପକ୍ଷେ ୧୫ ଲକ୍ଷ ୬୩ ହଜାର ୬୯୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟଙ୍କ ମଧ୍ୟରୁ ୧୬ ହଜାର ୯ ଜଣ ଗୁରୁତର ଅଛନ୍ତି । ବ୍ରାଜିଲ ପରେ ଭାରତରେ ମଧ୍ୟ ଉଦବେଗଜନତ ସ୍ଥିତି ଦେଖାଯାଇଛି ।