ନୂଆଦିଲ୍ଲୀ– ସମଗ୍ର ବିଶ୍ୱରେ କରୋନା ଭାଇରସ ରାଜୁତି କରୁଛି । ବିଶ୍ୱର କରେନା ତାଲିକାରେ ଭାରତ ୩ୟ ସ୍ଥାନ ହାସଲ କରିଛି । ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଅଧିକାଂଶ ମୁମ୍ବାଇ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା ୯୭ ହଜାର ୨୦୦ (ଜୁଲାଇ ୪ ପର୍ଯ୍ୟନ୍ତ)ରେ ପହଞ୍ଚିଛି । ତେବେ ଦିଲ୍ଲୀରେ ଗତ ମାର୍ଚ୍ଚ ମାସରେ ୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ପ୍ରଥମ କରୋନା ପଜିଟିଭ ମାର୍ଚ୍ଚ ୨ ତାରିଖରେ ଜଣାପଡ଼ିଥିଲା ।
ଗତ ଜୁନ ୧୮ରେ ଦିଲ୍ଲୀରେ ସୁସ୍ଥଙ୍କ ହାର ଥିଲା ୪୨.୬୯ ପ୍ରତିଶତ । କିନ୍ତୁ ବର୍ତ୍ତମାନ ଏହା ୭୦.୨୨ ପ୍ରତିଶତରେ ପହଂଚିଛି । ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଦିଲ୍ଲୀରେ ମାର୍ଚ୍ଚ ୨ରୁ ଏପ୍ରିଲ ୪ ମଧ୍ୟରେ ୪୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମୟ ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ୨ ମାସ ମଧ୍ୟରେ ଜାତୀୟ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ନିକଟତର ହୋଇଥିଲା । ମେ’ ମାସ ୪ ତାରିଖ ବେଳକୁ ୬୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ୩ ହଜାର ୪୦୩ ଜଣ ସକ୍ରୟି ଥିଲେ । ସେହିଭଳି ୬୪ ହଜାର ୧୦୮ ନମୁନା ପରୀକ୍ଷା ହୋଇଥିଲା । ଜୁନ ୪ ତାରିଖ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିଥିଲା । ମେ’ ୧୮ ବେଳକୁ ୪୭୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏପର୍ଯ୍ୟନ୍ତ ଦିଲ୍ଲୀରେ ୩ ହଜାର ୪ ଜଣଙ୍କର ମୃତ୍ୟୁ ହୋଇସାରିଛି ।