ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ଦୁଇଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗଂଜାମ ଓ ଯାଜପୁର ଜିଲ୍ଲାରୁ ଜଣେ – ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୩୮ରେ ପହଂଚିଛି ।
ଗଂଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ୭୭ ବର୍ଷ । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ସୂଚନା ଦିଆ ଯାଇଛି । ସେହିପରି ଯାଜପୁର ଜିଲ୍ଲାରେ ୬୪ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ସେ ମଧୁ ମେହ ରୋଗରେ ପୀଡିତ ଥିଲେ । ଯାଜପୁର ଜିଲ୍ଲାରେ କରୋନା କାରଣରୁ ଏହା ପ୍ରଥମ ମୃତ୍ୟୁ ବୋଲି ଜଣା ପଡିଛି ।