-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୧୬୬ଟି କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୩୪୮ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସେହିପରି ଖୋର୍ଧା ଜିଲ୍ଲାରେ ୯୯୨, କଟକ ଜିଲ୍ଲାରେ ୮୨୬, ଯାଜପୁର ଜିଲ୍ଲାରେ ୬୨୩, ଗଜପତି ଜିଲ୍ଲାରେ ୪୬୨, ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।
ବାଲେଶ୍ୱର ଜିଲ୍ଲାରେ ୪୧୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ୩୪୨, ଜଗତସିଂହପୁର ଜିଲ୍ଲାରେ ୩୪୦, ପୁରୀ ଜିଲ୍ଲାରେ ୩୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ୨୭୪, ଭଦ୍ରକ ଜିଲ୍ଲାରେ ୨୭୩, ମୟୁରଭଂଜ ଜିଲ୍ଲାରେ ୨୬୭, କନ୍ଧମାଳ ଜିଲ୍ଲାରେ ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ବଲାଙ୍ଗୀର ଜିଲ୍ଲାରେ ୨୨୨, ନୟାଗଡ ଜିଲ୍ଲାରେ ୧୯୨ ତଥା କେନ୍ଦୁଝର ଜିଲ୍ଲାରେ ୧୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଦିଆ ଯାଇଛି ।
ଝାରସୁଗୁଡା ଜିଲ୍ଲାରେ ୧୨୮, ରାୟଗଡା ଜିଲ୍ଲାରେ ୧୨୮, ନୂଆପଡା ଜିଲ୍ଲାରେ ୮୨, ଢେଙ୍କାନାଳ ଜିଲ୍ଲାରେ ୮୫, କଳାହାଣ୍ଡି ଜିଲ୍ଲାରେ ୭୯ ଓ ବରଗଡ ଜିଲ୍ଲାରେ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ଜିଲ୍ଲାରେ ୧୦୭, ମାଲକାନଗିରି ଜିଲ୍ଲାରେ ୧୧୨, ସମ୍ବଲପୁର ଜିଲ୍ଲାରେ ୯୮, ଦେବଗଡ ଜିଲ୍ଲାରେ ୬୨ ଓ ବୌଦ୍ଧ ଜିଲ୍ଲାରେ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋନପୁର ଜିଲ୍ଲାରେ ୩୯. ନବରଙ୍ଗପୁର ଜିଲ୍ଲାରୁ ୭୯ ଜଣ କୋରାପୁଟ ଜିଲ୍ଲାରେ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।