ଭୁବନେଶ୍ୱର – ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିଲେ ସୁଦ୍ଧା କରୋନା କଟକଣା କାରଣରୁ ରାଜ୍ୟର ଶୈବ ପୀଠ ମାନଙ୍କରେ ବୋଲବମ ଭକ୍ତଙ୍କୁ ଦେଖିବାକୁ ମିଳି ନାହିଁ । ସାଧାରଣ ପରିସ୍ଥିତିରେ ଆଜି ଓଡ଼ିଶାର ପ୍ରତିଟି ଶିବ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥାନ୍ତା
ମିଳିଥିବା ସୂଚନା ଅନୁସାରେ ପୁରୀର ଲୋକନାଥ, ଭୁବନେଶ୍ୱରର ଲିଙ୍ଗରାଜ, କଟକର ଗଡ଼ଗଡେ଼ଶ୍ୱର ପୀଠ, ଧବଳେଶ୍ୱର, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, ଭଦ୍ରକର ଆଖଣ୍ଡଳମଣି, ବାଲେଶ୍ୱରର ଝାଡେ଼ଶ୍ୱର ଆଦି ରାଜ୍ୟର ପ୍ରସିଦ୍ଧ ଶୈବପୀଠରେ ଆଦୌ ବୋଲବମ ଭକ୍ତ ନାହାନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଚଳିତ ବର୍ଷ କରୋନା କାରଣରୁ ବୋଲ୍ବମ୍ ଭକ୍ତ(କାଉଡ଼ିଆ)ମାନେ ପାଣି ଉଠାଇ ଶିବ ମନ୍ଦିର ଯାଇପାରିବେ ନାହିଁ ବୋଲି ନିର୍ଦେଶନାମା ଜାରୀ କରି ଥିବାରୁ ଭକ୍ତ ମାନେ ପାଣି ଚଢାଇ ନାହାନ୍ତି । ଶ୍ରାବଣ ମାସରେ କାଉଡ଼ିଆମାନଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।