ଝାରସୁଗୁଡ଼ା – ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅାଜି ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ମେଳାକୁ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ପ୍ରକଳ୍ପ ନିର୍ଦେଶକ ତପିରାମ ମାଝୀ ଓ ଯାନ୍ତ୍ରିକ ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଗତି ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାମଲ, ଜାତୀୟ ସମ୍ପତ୍ତି ବୃଦ୍ଧିରେ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଶିକ୍ଷା ହେଉଛି ମୂଳମନ୍ତ୍ର ଓ ବୈଷୟିକ ଶିକ୍ଷା ନିଯୁକ୍ତି ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ସମର୍ଥ କରାଏ ବୋଲି କହିବା ସହ ନିଯୁକ୍ତି ମେଳାରେ ଅଂଶ ଗ୍ରହଣ କରିଥିବା ପ୍ରତିଷ୍ଠାନ ଗୁଡିକ ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନଙ୍କୁ ନିଯୁକ୍ତି ପ୍ରଦାନ ପୂର୍ବକ ସେମାନଙ୍କ ବୈଷୟିକ ଜ୍ଞାନ କୌଶଳ ଅଭିବୃଦ୍ଧିରେ ସହାୟକ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ।
ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରର ତିରିଶଟି ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ।ଜିଲ୍ଲା ନିୟୋଜନ ଅଧିକାରୀ ସଂଜୁରାଣୀ ସାହୁ କାର୍ଯ୍ୟକ୍ରମ ସାଂଯୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିୟୋଜନ ଅଧିକାରୀ ସଂଜୁ କୁମାରୀ ସାହୁ, ସୁଶୀଲ କୁମାର ମିଶ୍ର, ଭାଗ୍ୟଲଷ୍ମୀ ରାଉତ,ଡେପୁଟି ସି ଇ ଓ, ଅରମାସ / ନିୟୋଜନ କାର୍ଯ୍ୟାଳୟର ପ୍ରତିମା ତନ୍ତି, ଶ୍ୟାମସୁନ୍ଦର କୁମ୍ଭାର,ରକି ମୁର୍ମୁ,ହେମଲତା ସେନାପତି,ଗୋବିନ୍ଦ ଭଇଁସା, ହୀରାଧର ନେଗି,ମୋତିଲାଲ ଚାନ୍ଦ,ଲେଫ୍ଟନାଂଟ ମାନସ ଆଚାର୍ଯ୍ୟା ପ୍ରମୁଖ ଯୋଗ ଦେଇଥିଲେ ।