ବ୍ରହ୍ମପୁର: ସପ୍ତାହକ ମଧ୍ୟରେ କେତେକ କେସ୍ ଅନୁଧ୍ୟାନ କରିବା ପରେ ବହୁ ଲୋକ ନିଜର କରୋନା ଲକ୍ଷଣ ଲୁଚାଉଥିବା ଜଣାପଡ଼ିଛି। ଏ ନେଇ ସୋମବାର ଏକ ଭିଡିଓ ବାର୍ତ୍ତାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ବିନା ପରାମର୍ଶରେ ଲୋକେ ପାରାସିଟାମଲ ଓ ଅନ୍ୟ ଔଷଧ ଖାଉଛନ୍ତି। ଏହା ଦ୍ୱାରା କିଛି ସମୟ ପାଇଁ ଲକ୍ଷଣ କମିଯାଇଛି, ପରେ ପୁଣି ଲକ୍ଷଣ ଦେଖାଯାଉଛି। ଏହା ଦ୍ୱାରା ନିଜର ଓ ନିଜ ପରିବାର ସଦସ୍ୟଙ୍କ ପ୍ରତି ବିପଦ ସୃଷ୍ଟ ହେଉଥିବା ଜ଼ିଲାପାଳ କହିଛନ୍ତି। ଶ୍ୱାସ ସମସ୍ୟା, ଜ୍ୱର, କାଶ, ଡାଇରିଆ ଭଳି କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀ କିମ୍ବା ଏଏନ୍ଏମ୍ଙ୍କୁ ଜଣାନ୍ତୁ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲଶନକରି ଟେଷ୍ଟିଙ୍ଗ ଓ ଚିକିତ୍ସା କରାଯିବ ବୋଲି ଜ଼ିଲାପାଳ କହିଛନ୍ତି ।
Related Stories
November 23, 2024