ବ୍ରହ୍ମପୁର:ବିଶ୍ୱ ମହାମାରି କୋଭିଡ୍ – ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତର (ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ,ପି ଏଚ୍ ସି ଓ ସି ଏଚ୍ ସି), ନିୟମିତ ଆୟୁଷ ଡାକ୍ତର ଏବଂ ଆୟୁଷ ହାଉସ୍ ସର୍ଜନ ଙ୍କୁ କାର୍ଯ୍ୟରେ ନିୟୋଜିତ କରିଛନ୍ତି ରାଜ୍ୟ ସରକାର ।କିନ୍ତୁ ବିଡମ୍ବନା ର ବିଷୟ ଏହିକି ଯେ, ରାଜ୍ୟ ରେ କାର୍ଯ୍ୟରତ ,ଏହି ଚୁକ୍ତି ଭିତ୍ତିକ ଏବଂ ନିୟମିତ ଆୟୁଷ (ହୋମିଓପାଥି ଏବଂ ଆୟୁର୍ବେଦ ) ଡାକ୍ତର ଙ୍କୁ ବିନା ଅସ୍ତ୍ର ରେ ଯୁଦ୍ଧ କରିବା କୁ ପଡୁଛି, ମାନେ ଏମାନଙ୍କ ର ଶତପ୍ରତିଶତ ଅଂଶ କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି ସିନା, ଏମାନଙ୍କୁ ଏମାନଙ୍କ ର ଚିକିତ୍ସା ପଦ୍ଧତି ଅନୁସାରେ ଔଷଧ ଦିଆଯାଉନାହିଁ ,ଚିକିତ୍ସା କରିବା ପାଇଁ ।
ସୁଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପତ୍ର ସଂଖ୍ୟା (ଡି ଓ ନଂ ଏସ୍ ୧୬୦୩୦୵୧୮୵୨୦୧୯ ) ତା – ୬୵୩୵୨୦୨୦ ଏବଂ ଓଡିଶା ରାଜ୍ୟ ସରକାର ଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ,ନଂ- ଏ ୱାଈ ଇଉ ଆର୍ ଏମ୍ -୦୦୨୫-୨୦୨୦୵୧୨୩୭୩/ ଏଚ୍ ଏବଂ ଏଫ୍ ଡବ୍ଲୁ, ଓଡିଶା ସରକାରଙ୍କ ଅନୁସାରେ କରୋନା ରୋଗ ର ପ୍ରତିଷେଧକ ଏବଂ ଚିକିତ୍ସା ପାଇଁ ଆୟୁଷ ପଦ୍ଧତି ଅନୁସାରେ ଔଷଧ ଦେବା କଥା, କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ଏହା କେବଳ କାଗଜପତ୍ର ରେ ସିମିତ ରହିଯାଇଛି ।
କୋଭିଡ୍-୧୯ ମୁକାବିଲା କରୁଥିବା ଏହି ଆୟୁଷ ଡାକ୍ତର ମାନଙ୍କୁ ଚିକିତ୍ସା ନିମନ୍ତେ ଏଲୋପାଥି ଔଷଧ ପରିବର୍ତ୍ତେ ଆୟୁର୍ବେଦ ଏବଂ ହୋମିଓପାଥି ଔଷଧ ମିଳିଲେ ଏହା ବିଶେଷ ଫଳପ୍ରଦ ହେବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି, କାରଣ ଏମିତି ଅନେକ ଗୁଡିଏ ରୋଗ ଅଛି ଯାହାର ସଫଳ ଚିକିତ୍ସା ଏଲୋପାଥି ଔଷଧ ରେ ହେଉନଥିବା ବେଳେ ଆୟୁଷ ଔଷଧ ରେ ହୋଇପାରୁଛି ।