ବ୍ରହ୍ମପୁର: ଦିନକୁ ଦିନ ବିଗୁଡ଼ୁଛି ଗଞ୍ଜାମ ଜିଲ୍ଲା । କରୋନା ରୋଗୀଙ୍କ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆତଙ୍କିତ ଅବସ୍ଥାରେ ଜିଲ୍ଲାପାଳ । ଗତ ଏପ୍ରିଲ ୨୮ରେ ପ୍ରବାସୀଙ୍କ ଆଗମନ ପରେ ମେ’ ୨ ତାରିଖରେ ପ୍ରଥମ ପଜିଟିଭ ଜିଲ୍ଲାରେ ଦେଖାଯାଇଥିଲା । ରବିବାର ଦିନ ଜିଲ୍ଲାରେ ୧୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୯୯ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି । ଜିଲ୍ଲାରେ ଏବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲାଣି । ଏଭିତରେ ୨୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୮୨ ଆକ୍ରାନ୍ତ ହେଲେଣି । ଜିଲ୍ଲାର ପ୍ରାୟ ସବୁ ବ୍ଳକକୁ କରୋନା ଛୁଇଁଥିବା ବେଳେ ବ୍ରହ୍ମପୁର ମହାନଗରରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି । ରବିବାର ଦିନ ଜିଲ୍ଳାରେ ୧୧୬ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୨୧୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୩୧୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୪୩ ଜଣ ଚିକିତ୍ସିତ ହେଉଥିବା ବେଳେ ୨୧ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲାରେ ୧୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ସନ୍ଧ୍ୟାରେ ଦିଆଯାଇଥିବା ତଥ୍ୟ ଅନୁସାରେ ୧୧୫ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣ କରୋନା ଯୋଦ୍ଧା ରହିଛନ୍ତି । ଆସିକା ୧, ବେଲଗୁଣ୍ଠା ୧, ବିଏମ୍ସି ୫, ବୁଗୁଡ଼ା ୬, ଛତ୍ରପୁର ୧, ହିଞ୍ଜିଳି ୨, ପୋଲସରା ୭, ପୁରୁଷୋତ୍ତମପୁର ୧ ଓ ଧରାକୋଟରେ ୪ଜଣ ରହିଛନ୍ତି । ସେହିପରି ବାହାର ରାଜ୍ୟରୁ ଆସିଥିବା ୩ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନେ ବେଙ୍ଗଲୁର, ସୁରଥ ଓ ହାଇଦ୍ରାବାଦରୁ ଆସିଥିବା ବେଳେ ଶେରଗଡ଼ରୁ ଜଣେ, ଛତ୍ରପୁରରୁ ଜଣେ ଓ ପାତ୍ରପୁରର ଜଣେ ବୋଲି ଜଣାପଡ଼ିଛି । ସେହିଭଳି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ୮୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଏମ୍ସି ୧୪, ଆସିକା ୪, ବେଲଗୁଣ୍ଠା ୬, ବେଗୁନିଆପଡ଼ା ୧, ଭଞ୍ଜନଗର ୧୦, ଛତ୍ରପୁର ୪, ଚିକିଟି ୩, ଦିଗପହଣ୍ଡି ୧, ଧରାକୋଟ ୨, ହିଞ୍ଜିଳି ୩, ଜଗନ୍ନାଥପ୍ରସାଦ ୧, କବିସୂର୍ଯ୍ୟନଗର ୬, ଖଲ୍ଲିକୋଟ ୨, ପାତ୍ରପୁର ୨, ପୋଲସରା ୭, ପୁରୁଷୋତ୍ତମପୁର ୮, ରଙ୍ଗେଇଲୁଣ୍ଡା ୧, ଶେରଗଡ଼ ୨, ସୋରଡ଼ା ୨, ସାନଖେମୁଣ୍ଡିରେ ୫ଜଣ ରହିଛନ୍ତି ।
Related Stories
November 27, 2024