ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ସରକାରଙ୍କ କଟକଣାକୁ ଲୋକମାନେ ମାନିବାରେ ଅବହେଳା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ଜିଲ୍ଲାକୁ ସ୍ୱତନ୍ତ୍ର ଭାବେ ୪ଜଣ ଡିଏସ୍ପିଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ସମ୍ବଲପୁର ପୋଲିସ ମୁଖ୍ୟାଳୟର ଡିଏସ୍ପି ହିମାଂଶୁ ଶେଖର ବେହେରା, କୋରାପୁଟ ସମନ୍ୱିତ ମାନବ ଚାଲାଣ ନିରୋଧ ୟୁନିଟ(ଆଇଏଏଚ୍ଟିୟୁ)ର ଡିଏସ୍ପି ତପନ କୁମାର ମହାନନ୍ଦା, କଳାହାଣ୍ଡି ପୋଲିସ ମୁଖ୍ୟାଳୟର ଡିଏସ୍ପି ଗଣନିଧି ମଲ୍ଲିକ ଏବଂ କଟକ ସିଆଇଡି ସିବିର ଡିଏସ୍ପି ରିତେଶ କୁମାର ମହାପାତ୍ର । ଏମାନଙ୍କୁ ଗଞ୍ଜାମ ପୋଲିସ ଜିଲ୍ଲାର ୪ଟି ଉପଖଣ୍ଡ ପ୍ରଦାନ କରାଯାଇଛି । ହିମାଂଶୁ ଶେଖର ଆସିକା ସବ୍ଡିଭିଜନ, ତପନ କୁମାର ଭଞ୍ଜନଗର ଉପଖଣ୍ଡ, ଗୁଣନିଧି ଛତ୍ରପୁର ଉପଖଣ୍ଡ ଏବଂ ରିତେଶ କୁମାରଙ୍କୁ ପୁରୁଷୋତ୍ତମପୁର ଉପଖଣ୍ଡ ଦାୟୀତ୍ୱ ପ୍ରଦାନ କରାଯାଇଛି । ଏହି ଅଫିସରମାନେ କଟକଣାକୁ ପାଳନ, ତନଖି ଫାଟକର ତଦାରଖ, ସଟ୍ ଡାଉନ୍ ଓ ଲକ୍ ଡାଉନ୍ର ଅନୁପାଳନ, ବଜାରରେ ସାମାଜିକ ଦୂରତା ରକ୍ଷା କରିବା, ବିଶୋଧନ, କଣ୍ଟେନମେଣ୍ଟ ଜୋନ୍, ପୋଲିସ ଅଧିକାରୀଙ୍କ ଆକ୍ରାନ୍ତସ୍ଥିତି ଭଳି ତଦାରଖ କରିବେ । ଗଞ୍ଜାମ ପୋଲିସ ଜିଲ୍ଲାର ଥିବା ୨୨ଟି ଥାନା ଓ ୯ଟି ଫାଣ୍ଡି ରହିଥିବା ବେଳେ ପୂର୍ବରୁ ରହିଥିବା ୨୦ ପ୍ଲାଟୁନ ଫୋର୍ସ ସହ ଆଉ ୪ ପ୍ଲାଟୁନ ପୋଲିସ ଫୋର୍ସ ଯୋଡି ହୋଇଛନ୍ତି ।
Related Stories
November 27, 2024