-
ରବିବାର ପୁଣି ୧୨ଟି ସାହି ସଂକ୍ରମିତ
ବ୍ରହ୍ମପୁର:ଦିନକୁ ଦିନ ରେଶମ ସହର ବ୍ରହ୍ମପୁରରେ କରୋନାର କରାଳ ରୂପ ବଢ଼ି ଚାଲିଛି । ସାହିକୁ ସାହି ଓ ଗଳିକୁ ଗଳି ଦେଇ ପ୍ରାୟ ପାଖାପାଖି ୭୦ରୁ ୮୦ ସାହିକୁ କରୋନା ବ୍ୟାପିଲାଣି । କରୋନାର ବାରୁଦ ଗଦାରେ ଏବେ ସହର ରହିଛି । ଗତ ୧୭ ତାରିଖଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮୦ଟି ସାହିକୁ କରୋନା ବ୍ୟାପିଲାଣି । ରବିବାର ଦିନ ପୁଣି ୧୨ଟି ସାହିରେ କରୋନା ରୋଗୀ ଚିହ୍ନଟ ହୋଇଥିବା ନେଇ କମିଶନର ମେପ୍ ଜାରି କରିଛନ୍ତି । ସେହି ସାହି ଗୁଡ଼ିକ ହେଲା ଏମ୍କେସିଜି, ନିଗମନଗର, ଗାନ୍ଧିନଗର, ମେଣ୍ଟୁ ଛକ ଆସିକା ରୋଡ଼, ଗୋଇଲୁଣ୍ଡି ବଡ଼ସାହି, କୌତୁକି ନଗର, ବୈକୁଣ୍ଠନଗର, ବ୍ୟାଙ୍କ କଲୋନୀ, ପୁରୁଣାବସ୍ଷ୍ଟାଣ୍ଡ, କାଳୁପାତ୍ର ସାହି, ମାର୍ଥା ସାହି, ପୁରୁଣା ବ୍ରହ୍ମପୁର ଗଣେଶ ନଗର ଓ ବଡ଼ଖେମୁଣ୍ଡି ସାହି ବୋଲି କମିଶନର ମେପ୍ ଯୋଗେ ସୂଚନା ଦେଇଛନ୍ତି । ସେହିଭଳି ପୂର୍ବରୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ୬ଟି ସାହିରୁ କଣ୍ଟେନ୍ମେଣ୍ଟ ଜୋନ୍ କଟକଣା ଉଠାଯାଇଛି । ସମ୍ପୃକ୍ତ ଅଞ୍ଚଳରୁ କୌଣସି ନୂଆ କରୋନା ରୋଗୀ ବାହାରିନଥିବାରୁ ଉକ୍ତ ସାହି ଗୁଡ଼ିକୁ କଟକଣାମୁକ୍ତ କରାଯାଇଛି । ସେଗୁଡ଼ିକ ହେଲା ୪ନମ୍ବର ୱାର୍ଡ଼ର ସାହୁ କଲୋନୀ, ଭାବାନଗର ୪ଲେନ୍, ତୁଳସୀନଗର ୬ଲେନ୍, ବ୍ୟାଙ୍କ କଲୋନୀ ପ୍ରଥମ ଲାଇନ, ଗାନ୍ଧିନଗର ୪ଲାଇନ ଓ ବ୍ରର୍ମା କଲୋନୀ ବୋଲି କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।